ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଭିଏତନାମରେ ଭୟଙ୍କର ବସ୍ ଦୁର୍ଘଟଣା, ୯ ମୃତ, ସାମିଲ୍ ଅଛନ୍ତି ଶିଶୁ..

Published By : Ladu Kishor | July 25, 2025 6:36 PM

ନୂଆଦିଲ୍ଲୀ: ଶୁକ୍ରବାର ସକାଳୁ ମଧ୍ୟ ଭିଏତନାମରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି, ଏଥି ସହିତ ୧୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ କିଛି ନୀରିହ ଶିଶୁଙ୍କର ମଧ୍ୟ ଜୀବନ ଯାଇଛି । 

ଏହି ଦୁର୍ଘଟଣା ହା-ତିହ୍ନ ପ୍ରଦେଶରେ ପାଖାପାଖି ୧.୪୫ (ସ୍ଥାନୀୟ ସମୟ) ରେ ହୋଇଛି । ଏଠାରେ ଏକ ବସ୍ ରାଜଧାନୀ ହନୋଇରୁ ଦାନଙ୍ଗ୍ ଯାଉଥିଲା । ଏହି ସମୟରେ ଗାଡିଟି ହଠାତ ରାସ୍ତା ତଳକୁ ଖସି ଯାଇଥିଲା ଏବଂ କିଛି ଟ୍ରାଫିକ୍ ସାଇନବୋର୍ଡକୁ ଧକ୍କା ଦେଇଥିଲା । ଏହା ପରେ ଭାରସାମ୍ୟ ହରାଇଥିବା ବସ୍‌ଟି ଓଲଟି ପଡିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ବୟସ ୪ ରୁ ୪୯ ବର୍ଷ ମଧ୍ୟରେ ହେବ। ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଏକ ସରକାରୀ ସୂତ୍ରକୁ ଉଦ୍ଧୃତ କରି ଅଲ୍ ଅରବିଆ ରିପୋର୍ଟ କରିଛି ଯେ, କିଛି ଲୋକ ଗୁରୁତର ହୋଇଛନ୍ତି । ତେବେ ଭିଏତନାମରେ ସଡକ ଦୁର୍ଘଟଣା ପ୍ରାୟତଃ ହୋଇଥାଏ । 

ସରକାରୀ ତଥ୍ୟ ଅନୁସାରେ, ଗତ ୬ ମାସରେ ସଡକ ଦୁର୍ଘଟଣାରେ ୫୦୨୪ ଲୋକଙ୍କ ମୃତ୍ୟୁ ହୋଇଛି । ଅଲ୍ ଅରବିଆ ରିପୋର୍ଟ ଅନୁସାରେ ଏହି ସଂଖ୍ୟା ୨୦୨୪ ରେ ଏହି ସମୟରେ ୫୩୪୩ ଜଣଙ୍କ ମୃତ୍ୟୁ ହୋଇଥିଲା ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.