ନୂଆଦିଲ୍ଲୀ,୬।୧: କର୍ଣ୍ଣାଟକ ପରେ ଏବେ ଗୁଜରାଟରେ HMPV ଭାଇରସ୍ ପରେ ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ଏକ ହ୍ୟୁମାନ୍ ମେଟାନିମୋ ଭାଇରସ୍ (ଏଚଏମ୍ପିଭି)ମାମଲା ସାମନାକୁ ଆସିଛି। ଅହମ୍ମଦାବାଦର ଚାନ୍ଦଖେଡା ଅଞ୍ଚଳରେ ୨ ମାସର ଶିଶୁ ଏହି ଭାଇରସ୍ରେ ସଂକ୍ରମିତ ହୋଇଛି। ନବଜାତର ଚିକିତ୍ସା ଏକ ପ୍ରାଇଭେଟ୍ ହସ୍ପିଟାଲରେ ଚାଲିଥିଲା। ତାଙ୍କ ପରିବାର ରାଜସ୍ଥାରନ ଡୁଙ୍ଗରପୁରରୁ ଚିକିତ୍ସା ପାଇଁ ଅହମ୍ମଦାବାଦରେ ପହଁଞ୍ଚିଥିଲେ। ଶିଶୁର ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି।
ବେଙ୍ଗାଲୁର ବାପଟିଷ୍ଟ ହସ୍ପିଟାଲରେ ଏକ ୮ ମାସର ନବଜାତ ଶିଶୁପୁତ୍ର ଓ ୩ ମାସର ଶିଶୁ କନ୍ୟା ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ପରେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଟେଷ୍ଟ ପରେ ଜଣାପଡିଥିଲା ସେମାନେ ଭାଇରସ୍ରେ ସଂକ୍ରମିତ। ଅଧିକାରୀଙ୍କ କହିବା ଅନୁସାରେ, ଏହି ଦୁଇ ରୋଗୀ କିମ୍ବା ତାଙ୍କ ପରିବାର ଲୋକଙ୍କ କୌଣସି ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରୀ ନାହିଁ।
ଚୀନ୍ ପରେ ଏବେ ଭାରତରେ କାୟା ବିସ୍ତାର କଲା ଏଚ୍ଏମପିଭି ଭାଇରସ୍। ଏଥିରେ ଆକ୍ରାନ୍ତ ହେଲେ ଶ୍ବାସ ପକ୍ରିୟାକୁ ପ୍ରଭାବିତ କରିଥାଏ। ଏହି ଭାଇରସ୍ ୨୦୦୧ ରେ ଜଣାପଡିଥିଲା। ଏଚ୍ଏମ୍ପିଭି ବୟସ୍କ ଓ ଶିଶୁଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ବେଙ୍ଗାଲୁରରେ ମିଳିଥିବା ଦୁଇଟି ମାମଲାରେ ବ୍ରୋଙ୍କୋମଫୋନିଆ ମେଡିକାଲ ହିଷ୍ଟ୍ରି ଥିଲା, ଯାହାକି ନିମୋନିଆର ଏକ ରୂପ। ତିନିମାସ ଶିଶୁଙ୍କୁ ପୂର୍ବରୁ ଡିସଚାର୍ଜ କରି ଦିଆଯାଇଛି। ସେଭଳି ୮ ମାସର ଶିଶୁଟି ରବିବାର ଭାଇରସ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଶିଶୁଟି ଆସ୍ତେ ଆସ୍ତେ ଠିକ ହେଉଛି। ଭାରତ ସରକାର ଲୋକଙ୍କୁ ଭୟଭୀତ ନବୋକୁ ଅପିଲ କରିଛନ୍ତି। ସେ କହିଛନ୍ତି ଏଚ୍ଏମ୍ପିଭି କୌଣସି ନୂଆ ଭାଇରସ୍ ନୁହେଁ। ଏହା ବିଶ୍ବସ୍ତରରେ ଓ ଦେଶ ଭିତରେ ପୂର୍ବରୁ ଅଛି। ଶୀତ ଦିନେ ଏହି ଭାଇରସ ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ।