ନୂଆଦିଲ୍ଲୀ,୨୭।୧୦: ଭାରତର ପଳାତକ ଓ ବିବାଦୀୟ ଇସଲାମିକ୍ ଧର୍ମଗୁରୁ ଜାକିର ନାୟକର ସ୍ବାଗତ କରିବା ପ୍ରସ୍ତୁତିରେ ବାଂଲାଦେଶ। ଅନ୍ତରୀଣ ସରକାର ଜାକିର ନାଇକର ଗସ୍ତକୁ ମାସକ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଜାତିର ପ୍ରଥମ ଥର ବାଂଲାଦେଶ ଯାତ୍ରାରେ ଯାଉଛି। ସେ ୨୮ ନଭେମ୍ବରରୁ ୨୦ ଡିସେମ୍ବର ପର୍ଯ୍ୟନ୍ତ ବାଂଲାଦେଶରେ ରହିବ ଓ ଏହି ସମୟରେ ବହୁ ସ୍ଥାନରେ ତା’ର କାର୍ଯ୍ୟକ୍ରମ ରଖାଯାଇଛି।
ଢାକାରେ ୨୦୧୬ ରେ ହୋଇଥିବା ହୋଲି ଅର୍ଟିସନ୍ ବେକରି ଆତଙ୍କୀ ଆକ୍ରମଣ ପରେ ତତ୍କାଳୀନ ଶେଖ ହସିନା ସକାର ଜାକିର ନାଇକ ଓ ତା’ର ଟିଭି ଚ୍ୟାନେଲ ପିସ୍ ଟିଭି ଉପରେ ବ୍ୟାନ୍ ଲଗାଇ ଦେଇଥିଲା। ବେକରୀ ଭିତରେ ଆତଙ୍କବାଦୀମାନେ ୨୨ ଜଣଙ୍କୁ ହତ୍ୟା କରିଥିଲା। ଯେଉଁଥିରେ ୧୭ ବିଦେଶୀ ଥିଲେ। ଏହା ଢାକାର ସବୁଠାରୁ ବଡ଼ ଆବାସିକ ଅଞ୍ଚଳ ଥିଲା ଓ ଆଖପାଖରେ ଦୂତାବାସ ରହିଛି। ଆତଙ୍କବାଦୀଙ୍କ ଭିତରେ ଏଭଳି କିଛି ମଧ୍ୟ ଥିଲେ, ଯେଉଁମାନେ କି ପ୍ରଭାବଶାଳୀ ଘର ସହ ସମ୍ପର୍କ ରଖିଥିଲେ।
ଢାକାରେ ଆତଙ୍କୀ ଆକ୍ରମଣ ପରେ ଜଣେ ଆକ୍ରମଣକାରୀ କହିଥିଲା ସେ ୟୁଟ୍ୟୁବର ଜାକିର ନାଇକ୍ ଉପଦେଶରେ ଖୁବ୍ ପ୍ରଭାବିତ। ଏହାପରେ ଜାକିର ଭାରତରୁ ପଳାୟନ କରିଥିଲା। ଜାକିର ଉପରେ ଭାରତରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଓ ସୌହାର୍ଦ୍ଧ ନଷ୍ଟ କରିବାର ଅଭିଯୋଗ ରହିଛି। ଏନ୍ଆଇଏ ତା ବିରୋଧରେ ୟୁଏପିଏ ଅନୁସାରେ ମାମଲା ରୁଜୁ କରିଥିଲା। କୁହାଯାଉଛି ଯେ, ସେ ବର୍ତ୍ତମାନ ମାଲେସିଆରେ ଅଛି। ଭାରତ ବହୁବାର ତା’ର ପ୍ରତ୍ୟର୍ପଣ ଦାବି କରି ସାରିଛି। ଗତ ବର୍ଷ ପାକିସ୍ତାନ ମଧ୍ୟ ଜାକିର ନାଇକ୍ ପାଇଁ ରେଡ୍ କାର୍ପେଟ ବିଛାଇଥିଲା। ସେ ପାକିସ୍ତାନରେ ଲସ୍କର-ଇ-ତୋଇବାର କମାଣ୍ଡର ମୁଜମ୍ମଲ ଇକବାଲ ହାସମୀରୁ ସାକ୍ଷାତ କରିଥିଲା। ଏହାଛଡା ଜାକିର ଆମେରିକା ଦ୍ବାରା ଘୋଷିତ ଆତଙ୍କୀଙ୍କ ସହ ମିଟିଂ କରିଥିଲା।