ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

Lebanon: ଅସ୍ତ୍ରବିରତି ପରେ ଲେବାନନରେ ଘରକୁ ଫେରିଲେ ବିସ୍ଥାପିତ; ଜାଣନ୍ତୁ କଣ ରହିଛି ପୁରା ଖବର...

Published By : Bijay Swain | February 18, 2025 11:32 PM

image courtesy: amarujala

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ପରେ ମଙ୍ଗଳବାର ଦିନ ଦକ୍ଷିଣ ଲେବାନନରେ ଲୋକମାନେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଦକ୍ଷିଣ ଲେବାନନର ଅଞ୍ଚଳକୁ ହିଜବୋଲାର ଗଡ଼ ବୋଲି ବିବେଚନା କରାଯାଇଥାଏ। ନଭେମ୍ବରରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତିନାମା ହୋଇଥିଲା, କିନ୍ତୁ ଇସ୍ରାଏଲୀ ସୈନ୍ୟ ଦକ୍ଷିଣ ଲେବାନନରେ କିଛି ଅଂଶରେ ଏ ପର୍ଯ୍ୟନ୍ତ ମୁତୟନ ରହିଥିଲେ। ବର୍ତ୍ତମାନ ଇସ୍ରାଏଲୀ ସୈନିକମାନଙ୍କୁ ପ୍ରତ୍ୟାହାର କରାଯିବା ସହ ସେମାନଙ୍କ ସ୍ଥାନରେ ଲେବାନିନ୍ ସୈନିକମାନଙ୍କୁ ନିୟୋଜିତ କରାଯାଇଛି।

ଲେବନିନ୍ ସେନା ପ୍ରଥମେ ଏହି ଅଞ୍ଚଳ ପହଞ୍ଚିବା ପରେ ନିଜର ତଲାସି ଅଭିଯାନ ଆରମ୍ଭ କରିଥିଲା। ପରେ ଇସ୍ରାଏଲୀ ସୈନ୍ୟଙ୍କ ଦ୍ୱାରା ରାସ୍ତାରେ ଲଗାଯାଇଥିବା ବ୍ୟାରିକେଡ୍ ହଟାଇ ରାସ୍ତାକୁ ସର୍ବସାଧାରଣ ଲୋକମାନଙ୍କ ନିମନ୍ତେ ରାସ୍ତା ଖୋଲି ଦେଇଥିଲା। ତେବେ ମଙ୍ଗଳବାର ରାତି ଯାଏ, ଲେବାନିନ୍ ସେନା ବିସ୍ଫୋରକ ପାଇଁ ଅଞ୍ଚଳ ଯାଞ୍ଚ କରୁଥିବାରୁ ଲୋକମାନଙ୍କୁ ସେମାନଙ୍କ ଘରକୁ ଫେରିବାକୁ ଅନୁମତି ଦିଆଯାଇ ନଥିଲା। ଇସ୍ରାଏଲୀ ସେନା ମଧ୍ୟ ଡ୍ରୋନ ମାଧ୍ୟମରେ ପରିସ୍ଥିତି ଉପରେ ନଜର ରଖିଥିଲା। ଯଦିଓ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ରହିଛି, ତଥାପି ଗୋଟିଏ ପ୍ରସଙ୍ଗକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ସୂଚନା ମୁତାବକ, ଇସ୍ରାଏଲୀ ସେନା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ମୋଟ ପାଞ୍ଚଟି ପୋଷ୍ଟ ଏଯାଏ ଖାଲି କରିନାହିଁ। ଏନେଇ ଇସ୍ରାଏଲ କହିଛି ଯେ ହିଜବୁଲ୍ଲାକୁ ଇସ୍ରାଏଲ ବିରୁଦ୍ଧରେ ଆକ୍ରମଣ କରିବାରୁ ରୋକିବା ପାଇଁ ଏହା ଏହି ପୋଷ୍ଟଗୁଡ଼ିକରୁ ସେ ନିଜେ ନଜର ରଖିବ।

କିନ୍ତୁ ଏନେଇ ହିଜବୁଲ୍ଲା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଇସ୍ରାଏଲୀ ସେନା ସଂମୂର୍ଣ୍ଣ ଭାବେ ଦେଶରୁ ହଟିଯିବା ପାଇଁ ହିଜବୁଲ୍ଲା ଦାବି କରିଛି। ତେବେ ଇସ୍ରାଏଲୀ ସେନା ବଫର ଜୋନରେ ଅବସ୍ଥିତ ଥିବା ମୋଟ ପାଞ୍ଚଟି ପୋଷ୍ଟରୁ ବର୍ତ୍ତମାନ ହଟିବ ନାହିଁ ବୋଲି ଇସ୍ରାଏଲର ରକ୍ଷାମନ୍ତ୍ରୀ ଇସ୍ରାଏଲ କାଟେଜ ସୂଚନା ପ୍ରଦାନ କରିଛନ୍ତି। ଏହା ସହ ଉଭୟ ଦେଶର ସୀମାରେ ସୁରକ୍ଷା ଦୃଷ୍ଟିରୁ ଚେକିଂ ପୋଷ୍ଟ ସଂଖ୍ୟା ବଢାଇ ଦିଆଯାଇଛି। 

ଆପଣଙ୍କୁ ଜଣାଇରଖୁ ଯେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଏହା ସମର୍ଥନରେ ହିଜବୁଲ୍ଲା ମଧ୍ୟ ଅସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା। ଏହାପରେ ଗତବର୍ଷ ଅକ୍ଟୋବର ମାସରେ ଇସ୍ରାଏଲ ହିଜବୁଲ୍ଲା ବିରୁଦ୍ଧରେ ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଇସ୍ରାଏଲର ଏହି ଆକ୍ରମଣରେ ହିଜବୁଲ୍ଲାର ସମସ୍ତ ଶୀର୍ଘ ନେତୃତ୍ୱଙ୍କ ମୃତ୍ୟୁ ହୋଇସାରିଛି। ଏହି ଯୁଦ୍ଧରେ ୪ ହଜାର ଲୋକଙ୍କ ମୃତ୍ୟୁ ହେବା ସହ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.