ମସ୍କୋ,୧୮।୧୨: ପୁଟିନ୍‌ଙ୍କ ସବୁଠାରୁ ବିଶ୍ବସ୍ତ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭଙ୍କ ମୃତ୍ୟୁ ଋଷକୁ ଦୋହଲାଇ ଦେଇଛି। ଏକ ବୋମା ବିସ୍ଫୋରଣରେ କିରିଲୋଭଙ୍କ ମୃତ୍ୟୁ ପରେ ଋଷ ଏବେ ୟୁକ୍ରେନ୍ ସେନାଠାରୁ ଏହାର ପ୍ରତିଶୋଧ ନେଇଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ଅନୁସାରେ, ଗତ ୨୪ ଘଣ୍ଟାରେ ଋଷ ୫୪୦ ୟୁକ୍ରେନ୍ ସେନା କର୍ମଚାରୀଙ୍କୁ ମାରିବାରେ ସଫଳ ହୋଇଛି। ଏହା ସହ ବହୁ ଯାନ ବାହନକୁ ମଧ୍ୟ ଧ୍ବଂସ କରିଛି।

ଋଷର ‘ଜେପଡ’ (ପଶ୍ଚିମ) ଓ ‘ସ୍ତେଟ୍ର’ (କେନ୍ଦ୍ର) ସେନା ୟୁକ୍ରେନ୍‌ର ୧୧ ପାଲଟା ଆକ୍ରମଣକୁ ବିଫଳ କରିଛି। ‘ଜେପଡ’ ଗୟୁପ୍ ୪୪୦ ୟୁକ୍ରେନ୍ ସୈନିକଙ୍କୁ ମାରିବାରେ ସଫଳ ହୋଇଛି। ସେଭଳି ‘ୟୁଗ’(ଦକ୍ଷିଣ) ଗ୍ରୁପ୍‌ ୩୫୦ ସୈନିକଙ୍କୁ ନିପାତ କରିଛି। ଏହାଛଡା ଡୋନଷ୍ଟେକ୍ ଅଞ୍ଚଳର ଟ୍ରୁଡୋଭ ଓ ଷ୍ଟାରି ଟେର୍ନି ଅଞ୍ଚଳକୁ ଦଖଲ କରିଛି ଋଷ ସେନା। 

ମଙ୍ଗଳବାର ମସ୍କୋରେ କିରିଲୋଭ ଆପାର୍ଟମେଣ୍ଟ ବାହାରେ ଠିଆ ହୋଇଥିବା ଏକ ସ୍କୁଟର ହୋଇଥିଲା ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ କିରିଲୋଭଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କର ମୃତ୍ୟୁ ହୋଇଥିଲା। ଋଷ ଏଜେନ୍ସିର କହିବା ଅନୁସାରେ ଆକ୍ରମଣ ୟୁକ୍ରେନ୍ ଗୁଇନ୍ଦା ଏଜେନ୍ସି ପକ୍ଷରୁ କରାଯାଇଥିଲା। କୁହାଯାଉଛି ଯେ, ଉଜବେକିସ୍ତାନରେ ରହୁଥିବା ସନ୍ଦିଗ୍ଧ ଆକ୍ରମଣକାରୀ ୟୁକ୍ରେନ୍ ଏଜେନ୍ସି ଏହି କାମ ପାଇଁ ଏକ ଲକ୍ଷ ଡଲାର ଓ ୟୁରୋପରେ ରହିବା ସୁରକ୍ଷା ଦାବି କରିଥିଲା। କିରିଲୋଭଙ୍କ ହତ୍ୟା ପ‌ରେ ଋଷ‌ରେ ଖେଳିଯାଇଥିଲା ଚାଞ୍ଚଲ୍ୟ। କିଛି ଲୋକ ଏହାକୁ ଇସ୍ରାଏଲର ମୋସାଦ ଭଳି ରଣନୀତି ବୋଲି କହିଥିଲେ। ସେପଟେ ଋଷ ନିଜର ପ୍ରତିଷ୍ଠା ଉପରେ ଏଭଳି ଆକ୍ରମଣକୁ ସହ୍ୟ କରିପାରିନଥିଲା। ତେଣୁ ବଡ଼ ଆକ୍ରମର କରିବାକୁ ଚେଷ୍ଟା କରୁଛି। ଋଷ ସ୍ପଷ୍ଟ କରିଛି କିରିଲୋଭଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ।