ନୂଆଦିଲ୍ଲୀ : ରୁଷ୍-ୟୁକ୍ରେନ୍ ମଧ୍ୟରେ ଗତ ପାଖାପାଖି ୩ବର୍ଷ ହେବ ଯୁଦ୍ଧ ଜାରି ରହିଛି। ରୁଷ୍ , ୟୁକ୍ରେନ୍ ଉପରେ ଭୟଙ୍କର ମିସାଇଲ ଓ ଡ୍ରୋନ୍ରେ ଜୋରଦାର ହମଲା କରୁଛି ଏବଂ ୟୁକ୍ରେନ ଭିତରେ ଥିବା ପ୍ରମୁଖ ସ୍ଥାନ ଗୁଡ଼ିକୁ ଧ୍ୱଂସବିଧ୍ୱଂସ କରୁଛି। ଏହି ମଧ୍ୟରେ ଉତ୍ତରୀ ୟୁରୋପୀୟ ଦେଶ ତଥା ରୁଷ୍ର ପଶ୍ଚିମୀ ପଡୋଶୀ ଦେଶ ଫିନଲ୍ୟାଣ୍ଡ ଓ ଏହାର ପଡୋଶୀ ଦେଶକୁ ରୁଷୀୟ ହମଲାର ବିପଦ ଘାରିଛି। ଫିନଲ୍ୟାଣ୍ଡର ଖବରକାଗଜ ଇଲତାହଟି କଥିତ ଭାବେ ସରକାରୀ ପ୍ରତିରକ୍ଷା ରିପୋର୍ଟ ଓ ନାଟୋ ସୂତ୍ରାନୁସାରେ ଖୁଲାସା କରିଛି।
ଫିନଲ୍ୟାଣ୍ଡ ସମେତ ଅନ୍ୟ ବାଲଟିକ୍ ଦେଶ ଏହାର ଆଖପାଖ ଦେଶରେ ହମଲା ଆରମ୍ଭ କରିବାର ଯୋଜନା ରଚୁଛି ରୁଷ୍। ନାଟୋ ସୂତ୍ର ସଦସ୍ୟ ଦେଶ ଗୁଡ଼ିକୁ ମସ୍କୋର ଏହି ଉଦ୍ଦେଶ୍ୟ ପ୍ରତି ସତର୍କ କରିଛି ଏବଂ ବିଶେଷ ଚେତାବନୀ ଦେଇଛି। ହେଲେ ଏହି ହମଲା କେତେ ପର୍ଯ୍ୟନ୍ତ ହୋଇ ପାରିବ , ଏହି ବିଷୟରେ କୌଣସି ସ୍ପଷ୍ଟ ସମୟ ସୀମାର ଉଲ୍ଲେଖ କରାଯାଇ ନାହିଁ।
ରିପୋର୍ଟରେ ରୁଷ୍ର ଗତ ସେନା ଅଭ୍ୟାସ କଥା ଦର୍ଶାଇ କହିଛି କି , ମସ୍କୋ ୨୦୧୭ରେ ଜାପାଡ ସେନା ଅଭ୍ୟାସ କରିଥିଲା। ଏହି ସମୟରେ ପୁଟିନଙ୍କର ସେନା ନରୱେ , ଫିନଲ୍ୟାଣ୍ଡ ଓ ବାଲଟିକ୍ ଦେଶ ଗୁଡ଼ିକ ଉପରେ ହମଲାର ଛଦ୍ମ ଅଭ୍ୟାସ କରିଥିଲା। ଫିନିଶ ଖବରକାଗଜର ରିପୋର୍ଟରେ କୁହାଯାଇଛି କି, ରୁଷ୍ ନିଜର ଆକ୍ରମଣାତ୍ମକ ଯୋଜନା ଗୁଡ଼ିକୁ ଏବେସୁଦ୍ଧା ଛାଡ଼ି ନାହିଁ ଏବଂ ଏହି କଥାର ଆଶଙ୍କା ଯେ, ୟୁକ୍ରେନରେ ଯୁଦ୍ଧ ସମାପ୍ତ ହେବା ପରେ ରୁଷ୍ ପଶ୍ଚିମୀ କୂଳରେ ଥିବା ଦେଶ ଗୁ଼ଡିକୁ ନିଜର ଆଗାମୀ ଟାର୍ଗେଟ୍ କରିପାରେ।
ଖବରକାଗଜ ନାଟୋ ସୂତ୍ରାନୁସାରେ ଏହା ବି ଲେଖିଛି ଯେ, ରୁଷ୍ ନାଟୋର ସଦସ୍ୟ ଦେଶର ପୂର୍ବ ଭାଗରେ ଏକାସାଥିରେ ହମଲା କରିବାର ଯୋଜନା କରିପାରେ। ଏଥିରେ ରୁଷ୍ର ୧୪ତମ ସେନା କୋର୍ ସାମିଲ ହୋଇପାରେ ,ଯାହା ସାମୁଦ୍ରିକ , ଭୂମି ଓ ଆକାଶରେ ମରମଂସ୍କରୁ ନରୱେର ତଟ ଆଡ଼କୁ ବଢୁଛି। ଏହା ବ୍ୟତୀତ ,ରୁଷ୍ ଇବାଲୋ ବିମାନ ବନ୍ଦରରେ କବଜା କରିବା ପାଇଁ ଲ୍ୟାଣ୍ଡପ୍ୟାଡ୍ (ଫିନଲ୍ୟାଣ୍ଡର ସବୁଠୁ ଉତ୍ତରୀ କ୍ଷେତ୍ର)ରେ ସେନା ମୁତୟନ କରିପାରେ ଏବଂ କୋଲା ଉପଦ୍ୱୀପରେ ମୁତୟନ ରୁଷୀୟ ମିସାଇଲ ଫୋର୍ସ ସମ୍ଭାବିତ ରୂପେ ଫିନଲ୍ୟାଣ୍ଡକୁ ଟାର୍ଗେଟ୍ କରିପାରେ।