ପୁରୀ,୧୪/୧୨: ବିପଦରେ ପୁଣି ଶ୍ରୀମନ୍ଦିର ମେଘନାଦ ପାଚେରୀ। ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରେ ଶିଉଳି ଲାଗି ଝରୁଛି ପାଣି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ସାଧୁସନ୍ଥ।
ତେବେ ଗତବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ମେଘନାଦ ପାଚେରୀରେ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ପକ୍ଷରୁ ତୁରନ୍ତ ଏହାର ମରାମତି କାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ଷେ ନପୂରୁଣୁ ପୁନର୍ବାର ସମାନ ସ୍ଥାନ ରୁ ମଇଳା ପାଣି ଝରିବା ସହିତ ମେଘନାଦ ପାଚେରୀରେ ଶିଉଳି ଲାଗିଥିବା ଦେଖିବାକୁ ମିଳିଛି। ପାଚେରୀ ଯୋଡେଇରେ ଫାଟ ହୋଇ ପାଣି ଝରିବା ସହିତ ଶିଉଳି ଲାଗିଛି। ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ଏହାକୁ ଗୁରୁତର ସହିତ ନେଇ ଉଚିତ୍ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରିବା ପାଇଁ ଦାବି ହୋଇଛି। ଏନେଇ ଅଧିକ ସୂଚନା ଦେଉଛନ୍ତି ପୁରୀର ସିନିୟର ରିପୋର୍ଟର ଚନ୍ଦ୍ରଶେଖର ପାତ୍ର।