ଭୁବନେଶ୍ୱର,୧୬/୧୦ : ଅଗ୍ନିବୀର ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ପୁରୀରେ ନିଯୁକ୍ତି ଶିବିର ଅନୁଷ୍ଠିତ ହେବ। ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଅନୁଷ୍ଠିତ ହେବ ଏହି ଶିବିର । ପୁରୀର ସ୍ପୋର୍ଟସ୍‌ କମ୍ପେ୍ଲକ୍ସ ଓ ଇନ୍‌ଡୋର ଷ୍ଟାଡିୟମଠାରେ ଆୟୋଜିତ ଏହି ଶିବିରରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ। ଏଥିସହ ନିୟମିତ ସୈନିକ (କେବଳ ଜେସିଓ ବର୍ଗର ସିପାହୀ ଫାର୍ମା, ସୈନିକ ଟେକ୍‌, ନର୍ସିଂ ସହାୟକ ଓ ଧାର୍ମିକ ଶିକ୍ଷକ), ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକିମ୍‌ର ମହିଳା ମିଲିଟାରୀ ପୁଲିସ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ । 

ଅନଲାଇନ୍‌ରେ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)ରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କର ଶାରୀରିକ ପରୀକ୍ଷା ଓ ମେଡିକାଲ ପରୀକ୍ଷା କରାଯିବ। ପଞ୍ଜିକୃତ ଇମେଲ୍‌ ଆଇଡିରେ ପ୍ରାର୍ଥୀଙ୍କୁ ଆଡମିଟ୍‌ କାର୍ଡ ପଠାଇ ଦିଆଯାଇଛି । ପ୍ରାର୍ଥୀମାନେ ଭାରତୀୟ ସେନାର ୱେବ୍‌ସାଇଟ୍‌ ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭରେ ସେମାନଙ୍କର ପ୍ରୋଫାଇଲରେ ଲଗଇନ୍‌ କରି ନିଯୁକ୍ତି ଶିବିର ପାଇଁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । କୌଣସି ଅସୁବିଧା ଥିଲେ କିମ୍ବା ସୂଚନା ପାଇଁ ପ୍ରାର୍ଥୀମାନେ ୬୦୭୧-୨୩୦୫୨୮୦, ୯୪୩୭୧୬୨୨୮୦ ନମ୍ବରରେ ଯୋଗାଯୋଗ କରିପାରିବେ ।