ଖୋର୍ଦ୍ଧା,୧୪/୦୭: ସରକାରୀ ବିହନ  ଓ ସାର ବିକ୍ରୟରେ ସ୍ୱଚ୍ଛତା ଆଣିବାକୁ  ଚଳିତ ବର୍ଷଠାରୁ ପ୍ରତ୍ୟେକ ଖୁଚୁରା ସାର  ଓ ବିହନ ବିକ୍ରେତା କେନ୍ଦ୍ରରେ ପଏଣ୍ଟ ଅଫ୍‌  ସେଲ(ପିଓଏସ୍‌) ମେସିନ ଲଗାଇବାକୁ  ବାଧ୍ୟତା ମୂଳକ କରାଯାଇଥିଲା । ସାର ଓ ବିହନ  ବିକ୍ରୟରେ ସ୍ୱଚ୍ଛତା ଆଣିବାକୁ ସରକାର ଏମିତି  ପ୍ରଦ୍ଧତି ଆପେଣାଇଥିବା କୁହାଯାଉଛି । ଏହା  ଦ୍ୱାରା ବାରକୋର୍ଡ଼ ପ୍ରଦ୍ଧତିରେ ସିଧା ସଳଖ ଚାଷୀ  ଖୁଚୁରା ବ୍ୟବସାୟୀ ଏବଂ ସମବାୟ ସମିତିଠାରୁ  ବିହନ ଓ ସାର କିଣିପାରିବେ ।  

ଏହାଦ୍ୱାରା କେଉଁ ଖୁଚୁରା  ଦୋକାନ ଏବଂ ସେବା  ସମବାୟ ସମିତି  କେତେ ପରିମାଣ ଧାନ  ଓ ବିହନ ବିକ୍ରି କରିଛନ୍ତି  ତାହାର ଠିକ୍‌ ତଥ୍ୟ କୃଷି  ବିଭାଗ ଏବଂ ସାର ନିଗମ  ଜାଣିପାରିବ । ଉଭୟ  ସାର ଓ ବିହନ କଳାବଜାରୀ  ରୋକିବାକୁ ସମସ୍ତ ଖୁଚୁରା  ଲାଇସେନ୍ସପ୍ରାପ୍ତ ସାର ଦୋକାନ ଓ ସେବା  ସମବାୟ ସମିତିକୁ  ପିଓଏସ ମେସିନ ଯୋଗାଇବାକୁ ରାଜ୍ୟ ସରକାରୀ କୃଷି  ବିଭାଗକୁ ନିର୍ଦ୍ଦେଶ  ଦେଇଥିଲେ । ଏବେ ଜିଲ୍ଲାରେ ୧୯ଶହ ସମବାୟ  ସେବା ସମିତି ଓ ୩୩୪ ଲାଇସେନ୍ସ ପ୍ରାପ୍ତ  ଖୁଚୁରା ଦୋକାନ ଥିବା କୃଷି ବିଭାଗ ତଥ୍ୟରୁ  ଜଣାପଡ଼ିଛି । କିନ୍ତୁ ଜିଲ୍ଳା କୃଷିବିଭାଗ ପକ୍ଷରୁ  ଚଳିତ ବର୍ଷ ୩୩୪ ଖୁଚୁରା ବେପାରୀଙ୍କୁ  ପିଓଏସ୍‌ ମେସିନ ଯୋଗାଇବା ପରିବର୍ତ୍ତେ  ପ୍ରାୟ ଦୁଇ ଶହ ମେସିନ ଦେଇଛି । କୃଷି  ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ  ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି । ବାରମ୍ବାର କୃଷି ବିଭାଗ ଖୁଚୁରା ବେପାରୀଙ୍କୁ  ପିଓଏସ୍‌ ସେମିନି ଲଗାଇବାକୁ କହିବା ସତ୍ତେ୍ୱ ଖୁଚୁରା ବେପାରୀ ଏହାକୁ ଅନୁପାଳନ  କରୁନାହାନ୍ତି ।ଫଳରେ ଏହା ସାର କଳା  ବଜାରୀକୁ ପ୍ରୋତ୍ସାହନ କ୍ଷେତ୍ରରେ ପରୋକ୍ଷରେ  କୃଷିବିଭାଗ ଅଧିକାରୀ ସହାୟତା କରୁଥିବା  ସନ୍ଦେହ କରାଯାଉଛି। ଜିଲ୍ଳା କୃଷି ମୁଖ୍ୟନିର୍ବାହୀ  ଅଧିକାରୀ ରବି ନାରାୟଣ ସେନାପତି କହିଛନ୍ତି,  ଅବଶିଷ୍ଟ ପିଓଏସ୍‌ ମେସିନ ନେବାକୁ ତାଗିଦ୍‌  କରାଯାଇଛି । ତେଣୁ ଏଭଳି ବେପାରୀଙ୍କୁ  ଚିହ୍ନଟ କରି ତାଙ୍କ ଲାଇସେନ୍ସ ରଦ୍ଧ କରିବାକୁ  ବିଭିନ୍ନ ମହଲରୁ ଦାବି ଜୋର୍‌ ଧରିଛି ।