ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏୟାର ଇଣ୍ଡିଆ ବିମାନର ଗୋଟିଏ ନୁହେଁ, ଦୁଇଟି ଇଞ୍ଜିନ ହୋଇଯାଇଥିଲା ଫେଲ୍ : ପ୍ରାଥମିକ ତଦନ୍ତରୁ ମିଳିଲା ସଙ୍କେତ

Published By : Harapriya Biswal | July 2, 2025 4:22 PM

ନୂଆଦିଲ୍ଲୀ,୨।୭: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI-171 ର ହୋଇଥିଲା ଭୟଙ୍କର ଦୁର୍ଘଟଣା। ଏବେ ଏହି ମାମଲାରେ ହୋଇଥିବା ଯାଞ୍ଚରେ ହୋଇଛି ବଡ଼ ଖୁଲାସା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁଇଟି ଇଞ୍ଜିନ ଫେଲ୍ ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେନ୍ ବ୍ୟୁରୋ (AAIB) ସୁତ୍ରରୁ ଏନେଇ ସୂଚନା ଦିଆଯାଇଛି। ଉଲ୍ଲେଖନୀୟ ଯେ, ଏହି ବିମାନ ଦୁର୍ଘଟଣାରେ ୨୪୧ ଯାତ୍ରୀ ଓ ମେଡିକାଲ କଲେଜ ଛାତ୍ରଙ୍କୁ ମିଶାଇ ମୋଟ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା।  

ଟେକଅଫ୍ର କିଛି ସେକେଣ୍ଡ ପରେ ବିମାନ ବେଶୀ ଉଚ୍ଚାକୁ ଯାଇପାରିନଥିଲା। ସିଧା ଯାଇ ଏକ ମେଡିକାଲ କଲେଜର ଛାତ ଉପରେ ପଡିଥିଲା। ଯାଞ୍ଚ ବେଳେ ସାମନାକୁ ଆସିଛି ଯେ, Ram Air Turbine (RAT) କେବଳ ସେତେବେଳେ ସକ୍ରିୟ ହୁଏ ଯେତେବେଳେ ଦୁଇଟି ଇଞ୍ଜିନ ବନ୍ଦ ହୋଇଯାଇଥାଏ। ଦୁର୍ଘଟଣାର ଠିକ୍ ପୂର୍ବରୁ ଏହା ସକ୍ରିୟ ହୋଇଯାଇଥିଲା।  

ପ୍ରାଥମିକ ତଦନ୍ତ ଅନୁସାରେ, ବିମାନର ଦୁଇଟି ଜେନେରାଲ ଇଲେକ୍ଟ୍ରିକ୍ (ଜିଇ) ଇଞ୍ଜିନ ଲାଗିଥିଲା। ଏଏଆଇବି ଏହି କଥାର ଯାଞ୍ଚ କରୁଛି ଯେ, କ’ଣ ବିଜୁଳିର ଖରାପ, ଇନ୍ଧନରେ ମିଶ୍ରଣ କିମ୍ବା ଇଞ୍ଜିନ ନିୟନ୍ତ୍ରଣ ପ୍ରଣାଳୀର ବିଫଳତାର କାରଣରୁ ଏକାସାଙ୍ଗେ ବିଜୁଳି ଚାଲିଯାଇଥିଲା। ଜିଇ ବର୍ତ୍ତମାନ ଏହି ରିପୋର୍ଟ ଉପରେ ଟିପଣୀ ଦେବାକୁ ମନା କରିଦେଇଛି। ଏୟାର ଇଣ୍ଡିଆ ମଧ୍ୟ ଏଭଳି କିଛି ବୟାନ ଦେଇନି। ଏୟାର ଇଣ୍ଡିଆ ଦ୍ବାରା କରାଯାଇଥିବା ଉଡାଣ ସିମୁଲେସନ୍‌ରେ ଟେକଅଫ୍ ବେଳେ ବୋଇଂ ୭୮୭ର ଲ୍ୟାଣ୍ଡିଂ ଗିଅର ଓ ଓ୍ବିଙ୍ଗ ଫ୍ଲାପ୍ ପୁଣିଥରେ ଫେରାଇ ନେଇଥିଲା। ଭିଡିଓ ଫୁଟେଜରେ ଜଣାପଡିଛି ଯେ, ବିମାନ ଉଡାଣ ଭରିବା ପରେ ଉପରକୁ ଯାଇପଥିଲା। ସିଧାସଳଖ ଆସି ତଳେ ପଡିଥିଲା। ଯେଉଁଥି ପାଇଁ ବିମାନର ଇଞ୍ଜିନ ଫେଲ୍ ଓ ସିଷ୍ଟମର ଯାଞ୍ଚ କରାଯାଉଛି। ସେଭଳି ଗୃହ ସଚିବଙ୍କ ନେତୃତ୍ବରେ ଅଲଗା ଭାବରେ ଯାଞ୍ଚ ହେଉଛି, ଯାହାକି ମାନବୀୟ ଭୁଲ କିମ୍ବା ସୁରକ୍ଷାରେ ତ୍ରୁଟିର ଯାଞ୍ଚ ଉପରେ କେନ୍ଦ୍ରିତ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.