ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅହମ୍ମଦାବାଦ ପ୍ଲେନ୍‌ କ୍ରାସ; ଟେକ୍ଅଫ୍‌ର କିଛି ସେକେଣ୍ଡରେ ବନ୍ଦ ହୋଇଥିଲା ଇଞ୍ଜିନ୍‌, ସାମ୍ନାକୁ ଆସିଲା ପାଇଲଟଙ୍କ ମଧ୍ୟରେ ଚକିତ କରିବା ପରି କଥାବାର୍ତ୍ତା

Published By : Ankita S | July 12, 2025 7:36 AM

ଅହମ୍ମଦାବାଦ,୧୨/୦୭: ଗତ ଜୁନ୍ ୧୨ରେ ହୋଇଥିବା ଭୟଙ୍କର ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଚକିତ କଲା ପରି ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଭାରତୀୟ ବିମାନ ଯାଞ୍ଚ ବ୍ୟୁରୋ ତାର ପ୍ରାରମ୍ଭିକ ରିପୋର୍ଟ ଜାରି କରିଛି । ଏଏଆଇବି ପକ୍ଷରୁ ୧୫ ପୃଷ୍ଠାର ପ୍ରଥାମିକ ରିର୍ପୋଟରେ ଚକିତ କରିବା ପରି ତଥ୍ୟ ରହିଛି । ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ବିମାନ-୧୭୧ ଟେକ୍‌ଅଫ୍‌ର କିଛି ସେକେଣ୍ଡ ମଧ୍ୟରେ ଦୁଇଟି ଇଞ୍ଜିନ ଅଚାନକ୍‌ ବନ୍ଦ ହୋଇଯାଇଥିଲା । ଫଳରେ ବିମାନକୁ ପାୱର ମିଳି ନଥିଲା ଏବଂ ତାହା କ୍ରାସ୍ ହୋଇଥିଲା । ସେହି ସମୟରେ ଦୁଇ ପାଇଲଟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ସାମ୍ନାକୁ ଆସିଛି । ଯାହା ଆଶ୍ଚର୍ଯ୍ୟଜନକ ।

ତଦନ୍ତ ରିପୋର୍ଟ- ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ ବ୍ୟୁରୋର ତଦନ୍ତ ରିପୋର୍ଟ ଅନୁସାରେ, ବିମାନର ଦୁଇଟି ଯାକ ଇଞ୍ଜିନରେ ଇନ୍ଧନ ଯୋଗାଣକୁ ନିୟନ୍ତ୍ରଣ କରୁଥିବା ସୁଇଚ ବନ୍ଦ ଥିଲା । ଏଥିଯୋଗୁ ବିମାନ ଉଡ଼ାଣ ଭରିବା କ୍ଷଣି ଇଞ୍ଜିନରେ ଥ୍ରଷ୍ଟ (ଶକ୍ତି) ଶେଷ ହୋଇଯାଇଥିଲା । ପାଇଲଟ ସାଧାରଣତଃ ଏହି ସୁଇଚ ଇଞ୍ଜିନ ଚାଲୁ କରିବା, ବନ୍ଦ କରିବା କିମ୍ବା କୌଣସି ଜରୁରିକାଳୀନ ସ୍ଥିତିରେ ଇଞ୍ଜିନ ରିସେଟ୍‌ କରିବା ଲାଗି ବ୍ୟବହାର କରିଥାନ୍ତି । ଦୁର୍ଘଟଣାରେ ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଖୁବ୍‌ଶୀଘ୍ର ସାର୍ବଜନିନ କରାଯାଇପାରେ । 

ପାଇଲଟଙ୍କ ମଧ୍ୟରେ ହୋଇଥିବା କାଥାବାର୍ତ୍ତା- ରିପୋର୍ଟରେ ଫ୍ଲାଇଟ୍‌ର ଦୁଇ ପାଇଲଟ ସୁମିତ ସବରୱାଲ ଏବଂ କୋ-ପାଇଲଟ କ୍ଲାଇବ କୁନ୍ଦରଙ୍କ ମଧ୍ୟରେ ହୋଇଥିଲା କଥାବାର୍ତ୍ତା ବି ସାମ୍ନାକୁ ଆସିଛି । ଅଚାନକ ଇଞ୍ଜିନ ବନ୍ଦ ହେବା ପରେ ଦୁଇ ପାଇଲଟ ଦ୍ବନ୍ଦରେ ପଡିଥିଲେ । ଇଞ୍ଜିନ୍ କାହିଁକି ବନ୍ଦ ହେଲା ଏହା ସବୁଠୁ ବଡ଼ ପ୍ରଶ୍ନ ଥିଲା । ବ୍ଲାକବକ୍ସ କାକ୍‌ପିଟ୍‌ ରେକର୍ଡିଂରୁ ପାଇଲଟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସାମ୍ନାକୁ ଆସିଛି । କୋ-ପାଇଲଟଙ୍କ ହାତରେ କଣ୍ଟ୍ରୋଲ ଥିଲା କ୍ୟାପ୍ଟେନ୍‌ ମନିଟରିଂ କରୁଥିଲେ ।

.ପ୍ରଥମ ପାଇଟଲ : ''ତୁମେ ସୁଇଚ୍ ବନ୍ଦ କରିଛ ?''

.ଦ୍ୱିତୀୟ : '' ମୁଁ କରିନାହିଁ ''

ତେବେ ପାଇଲଟ ଦୁହେଁ ଜାଣିଶୁଣି ଇଞ୍ଜିନ୍ ବନ୍ଦ କରିନାହାନ୍ତି । ରିପୋର୍ଟରୁ ଜଣାପଡିଛି କି ଯାନ୍ତ୍ରିକ ତ୍ରୁଟି ପାଇଁ ଏମିତି ହୋଇଥିବା ଅନୁମାନ କରାଯାଉଛି । ମନୁଷ୍ୟକୃତ ତ୍ରୁଟି ଥିବା ବି ହୋଇଥାଇପାରେ । ବିମାନ ଦୁର୍ଘଟଣାର ବିସ୍ତୃତ ଯାଞ୍ଚ ଏବେ ବି ଚାଲିଛି । ତେବେ ଦୁଇ ଇଞ୍ଜିନ୍‌ ଅଚାନକ୍‌ କେମିତି ବନ୍ଦ ହେଲା ତାର ତଦନ୍ତ ଚାଲିଛି ।

କହି ରଖୁଛୁ କି, ଜୁନ୍ ୧୨ ତାରିଖରେ ହୋଇଥିବା ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦେଶକୁ ଦୋହଲାଇ ଦେଇଥିଲା । ଲଣ୍ଡନ ଯାଉଥିବା ବିମାନ ଏଆଇ ୧୭୧ ଉଡ଼ାଣ ଭରିବାର ମାତ୍ର ୩୦ ସେକେଣ୍ଡ ଭିତରେ ଏକ ମେଡିକାଲ ହଷ୍ଟେଲ ଛାତକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୪୧ ଜଣ ଯାତ୍ରୀ, କ୍ରୁ ସଦସ୍ୟଙ୍କ ସମେତ ମୋଟ୍ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା । ସୌଭାବ୍ୟବଶତଃ ଜଣେ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.