ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଅହମ୍ମଦାବାଦରେ ଆସାରାମଙ୍କ ଆଶ୍ରମ ନେବାକୁ ଯାଉଛନ୍ତି ଗୁଜରାଟ ସରକାର ; ରହିଛି ଏକ ବଡ଼ ପ୍ଲାନିଂ

Published By : Prameya | March 27, 2025 4:31 PM

ଅହମ୍ମଦାବାଦ- ଦୁଷ୍କର୍ମ ମାମଲାରେ ଆଜୀବନ ସଜା କାଟୁଥିବା ଆଶାରାମ ବାପୁଙ୍କ ଠାରୁ ଅହମ୍ମଦାବାଦ ଆଶ୍ରମ ନେଇ ପାରନ୍ତି ଗୁଜରାଟ ସରକାର। ଯେଉଁଠି ଏବେ ଆସାରାମଙ୍କର ଆଶ୍ରମ ରହିଛି ସମ୍ଭବ ଯେ , ସେଠାରେ ୨୦୩୬ରେ ସାରା ବିଶ୍ୱର ଖେଳାଳି ଅଲିମ୍ପିକ ମେଡାଲ ପାଇଁ ପ୍ରତିଯୋଗିତା କରୁଥିବେ। ସାରାବିଶ୍ୱର ସବୁଠୁ ବଡ଼ ଖେଳ ଆୟୋଜକ ଭାବେ ଦାବି କରିବା ପାଇଁ ଗୁଜରାଟର ଅହମ୍ମଦାବାଦରେ ଜୋରସୋରରେ ପ୍ରସ୍ତୁତି ଚଲାଉଛି। ଏଥିପାଇଁ ଯେଉଁ ମାଷ୍ଟର ପ୍ଲାନ୍‌ କରାଯାଇଛି , ଏହାର ପରିସରରେ ଆଶାରାମଙ୍କ ଆଶ୍ରମ ମଧ୍ୟ ରହିଛି।

ଟାଇମ୍ସ ଅଫ୍ ଇଣ୍ଡିଆ ସୂତ୍ରାନୁସାରେ , ଏକ ରିପୋର୍ଟରେ କୁହାଯାଇଛି ଯେ, ଅହମ୍ମଦାବାଦର ମୋଟେରା ସ୍ଥିତ ଆସାରାମର ଆଶ୍ରମର ସରକାର ଅଧିଗ୍ରହଣ କରିପାରେ। ନରେନ୍ଦ୍ର ମୋଦି ଷ୍ଟାଡିୟମର ନିକଟରେ ୩ଟି ଆଶ୍ରମକୁ ହଟାଇ ସେଠାରେ ସର୍ଦ୍ଦାର ପଟେଲ ସ୍ପୋର୍ଟ୍ସ ଏନକ୍ଲେଭ୍‌ , ଅଲିମ୍ପିକ ଭିଲେଜ୍‌ ଓ ଅନ୍ୟ ଖେଳ ସୁବିଧା ଗୁଡ଼ିକର ବିକାଶ କରାଯାଇ ପାରେ। 

ରିପୋର୍ଟରେ କୁହାଯାଇଛି ଯେ, ‘ସନ୍ଥ ଶ୍ରୀ ଆସାରାମ ଆଶ୍ରମ’ ବ୍ୟତୀତ ଭାରତୀୟ ସେବା ସମାଜ ଓ ସଦାଶିବ୍‌ ପ୍ରଜ୍ଞା ମଣ୍ଡଳକୁ ମଧ୍ୟ ସିଫ୍ଚ କରାଯାଇ ପାରେ। ସୂତ୍ରାନୁସାରେ କୁହାଯାଇଛି ଯେ , ଏହି ଆଶ୍ରମ ଗୁଡ଼ିକର ଜମିକୁ ଅଧିଗ୍ରହଣ କରି ଏହି ଟ୍ରଷ୍ଟକୁ ବୈକଳ୍ପିକ ସ୍ଥାନ ଦେବାର ପ୍ରକ୍ରିୟା ଚାଲୁ ରହିଛି। ଅହମ୍ମଦାବାଦ ମ୍ୟୁନିସିପାଲ କମିଶନର , ଅହମ୍ମଦାବାଦ ଡିଷ୍ଟ୍ରିକ୍ଟ କଲେକ୍ଟରଙ୍କ ସମେତ ତିନି ସଦସ୍ୟ ବିଶିଷ୍ଟ କମିଟି ମାଷ୍ଟର ପ୍ଲାନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଲାଗିଛନ୍ତି।

୮୬ ବର୍ଷିୟ ଆସାରାମ ୩୧ ମାର୍ଚ୍ଚ ଯାଏ ଅନ୍ତରୀଣ ଜାମିନରେ ମୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ରାଜସ୍ଥାନର ଯୋଧପୁର ଜେଲ୍‌ରେ ଥିଲେ। ସୁପ୍ରିମକୋର୍ଟ ଗୁଜରାଟରେ ଦୁଷ୍କର୍ମର ଏକ ମାମଲାରେ ଆସାରାମଙ୍କୁ ଅନ୍ତରୀଣ ଜାମିନ୍‌ରେ ମୁକ୍ତି କରିଛନ୍ତି। ଏହି ମାମଲାରେ ସେସନ କୋର୍ଟ ଜାନୁଆରୀ ୨୦୨୩ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆଜୀବନ ଜେଲଦଣ୍ଡ ଶୁଣାଇ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.