ନୀଳଗିରି,୮/୧୨: ପୁଣି ନୀଳଗିରିର କୁଳଡ଼ିହା ଅଭୟାରଣ୍ୟରେ ୨ ଶିକାରୀ ଗିରଫ। ଶିକାରୀଙ୍କୁ ଧରାଇଲା ଏଆଇ କ୍ୟାମେରା। କିଛି ଦିନ ପୂର୍ବରୁ ଯୋଡ଼ାଚୁଆ ବିଟ କେସିପୁର ପଞ୍ଚାୟତ ଟୁଲୁକଡାବ ଅଞ୍ଚଳର ସୁକାନ୍ତ ଖଣ୍ଡେଇ ଓ ନିରଞ୍ଜନ ମଡେଇ ଜଙ୍ଗଲକୁ ଅବାଧ ଶିକାର କରିବା ପାଇଁ ପ୍ରବେଶ କରିଥିଲେ। ଅଭୟାରଣ୍ୟ ଭିତରେ ବନ ବିଭାଗ ଟିମ୍ ଏଆଇ କ୍ୟାମେରା ବସାଇଥିଲେ। ସେହି ମାଧ୍ୟମରେ ଦୁଇ ଜଣକୁ ଚିହ୍ନଟ କରାଯାଇ ଗିରଫ କରିଛି ବନବିଭାଗ। ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ,ଫାଶ ଧନୁତୀର ମଧ୍ୟ ଜବତ କରାଯାଇଛି।