ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

କ୍ୟାନସର ଚିହ୍ନଟଠାରୁ ଆରମ୍ଭ କରି ଟୀକାକରଣ ସବୁକିଛି ହେବ ସମ୍ଭବ, ମାତ୍ର ୪୮ ଘଣ୍ଟାରେ AI ତିଆରି କରିବ କ୍ୟାନସର ଭ୍ୟାକ୍ସିନ

Published By : Prameya | January 22, 2025 5:13 PM

ନୂଆଦିଲ୍ଲୀ, ୨୨।୧: ଓରାକେଲ ସିଇଓଙ୍କ ବଡ଼ ଘୋଷଣା । କର୍କଟ ରୋଗ ଚିହ୍ନଟଠାରୁ ଆରମ୍ଭ କରି ଟୀକାକରଣ ପର୍ଯ୍ୟନ୍ତ ସବୁକିଛି ସମ୍ଭବ ହେବ । ମାତ୍ର, ୪୮ ଘଣ୍ଟା ଭିତରେ କ୍ୟାନସର ଭ୍ୟାକ୍ସିନ ତିଆରି କରିବ AI । କର୍କଟ ରୋଗ ଭଳି ମାରାତ୍ମକ ରୋଗ ସମ୍ପର୍କରେ ଏହି ବଡ଼ ଦାବି କରିଛନ୍ତି ଲାରି ଏଲିସନ । ଲାରି ଏଲିସନ କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତା (AI) ସାହାଯ୍ୟରେ କର୍କଟ ରୋଗ ଚିହ୍ନଟ କରିବାଠାରୁ ଆରମ୍ଭ କରି ଏକ କଷ୍ଟମ୍ ଟିକା ତିଆରି କରିବା ପର୍ଯ୍ୟନ୍ତ ସବୁକିଛି ୪୮ ଘଣ୍ଟା ମଧ୍ୟରେ କରାଯାଇପାରିବ । କର୍କଟ ରୋଗ ପାଇଁ ଯଥାଶୀଘ୍ର ଏକ କଷ୍ଟମ କର୍କଟ ଟିକା ବିକଶିତ କରାଯିବ । ଆଗାମୀ ଭବିଷ୍ୟତରେ ଏହା ସଫଳ ହେବ ବୋଲି ସେ ଦାବି କରିଛନ୍ତି । 

ଆଗକୁ ଏହି ପରୀକ୍ଷା ସଫଳ ହେଲେ ଋଷ ପରେ ଟୀକା ତିଆରି କରିବାରେ ଆମେରିକା ଦ୍ୱିତୀୟ ଦେଶ ହେବ ! ଯଦି ଲାରି ଏଲିସନ ତାଙ୍କ ଦାବି ଅନୁଯାୟୀ କର୍କଟ ରୋଗର ଟିକା ତିଆରି କରିବାରେ ସଫଳ ହୁଅନ୍ତି, ତେବେ ଆମେରିକା କର୍କଟ ଭଳି ମାରାତ୍ମକ ରୋଗର ଟିକା ପ୍ରସ୍ତୁତ କରିବାରେ ଋଷ ପରେ ଦ୍ୱିତୀୟ ଦେଶ ହୋଇଯିବ । ଆମେରିକା ଏହି ଟୀକା ତିଆରି କରିବାର ବଡ଼ କାରଣ ମଧ୍ୟ ରହିଛି । କାରଣ ଋଷ ନିକଟରେ ବଡ଼ ଘୋଷଣା କରିଛି । ଋଷ କହିଛି ଯେ, ୨୦୨୫ରୁ ସାରା ଦେଶରେ କର୍କଟ ଟୀକା ଦିଆଯିବ । କେବଳ ଏତିକି ନୁହେଁ, ଋଷ ନିଜ ନାଗରିକମାନଙ୍କୁ ମାଗଣାରେ ଏହି ଟିକା ଯୋଗାଇବ ବୋଲି ଘୋଷଣା କରିଛି । 

କହିରଖୁ କି, କ୍ୟାନସର ରୋଗର ଚିକିତ୍ସା ପାଇଁ ଏହା ପୂର୍ବରୁ ଆମେରିକା ଅନେକ ପଦକ୍ଷେପ ନେଇଛି । ଫ୍ଲୋରିଡାରେ ୪ ଜଣ ରୋଗୀଙ୍କ ଉପରେ ଏକ ଟୀକା ପରୀକ୍ଷଣ କରାଯାଇଥିଲା-କର୍କଟ ଚିକିତ୍ସା ସମ୍ପର୍କରେ ଆମେରିକାରେ ପୂର୍ବରୁ ଅନେକ ପଦକ୍ଷେପ ନେଇଥିଲା । ମେ ୨୦୨୪ରେ, ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ୪ ଜଣ କର୍କଟ ରୋଗୀଙ୍କ ଉପରେ ଏକ ବ୍ୟକ୍ତିଗତ ଟୀକା ପରୀକ୍ଷା କରିଥିଲେ । ବୈଜ୍ଞାନିକମାନେ ଦାବି କରିଥିଲେ ଯେ ଟୀକାକରଣର ମାତ୍ର ଦୁଇ ଦିନ ପରେ ରୋଗୀଙ୍କଠାରେ ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥିଲା । 


ଋଷ ପରେ କ୍ୟାନସର ରୋଗ ଭଳି ମାରାତ୍ମକ ବିପଦକୁ ସାମନା କରିବାକୁ ଆମେରିକାର ଏହି ପଦକ୍ଷେପ ସାରା ବିଶ୍ୱ ପାଇଁ ଲାଭଦାୟକ । କାରଣ ପ୍ରତିବର୍ଷ ଏହି ରୋଗ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବାନୁସାରେ, ସାରା ବିଶ୍ୱରେ ଲୋକଙ୍କର ମୃତ୍ୟୁର ଦ୍ୱିତୀୟ ସର୍ବବୃହତ୍ କାରଣ ହେଉଛି କ୍ୟାନସର । ପୃଥିବୀରେ ମୃତ୍ୟୁ ହେଉଥିବା ୬ ଜଣଙ୍କ ମଧ୍ୟରେ ଜଣେ କର୍କଟରେ ମୃତ୍ୟୁ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି । ଭାରତରେ ମଧ୍ୟ କର୍କଟ ରୋଗରେ ମୃତ୍ୟୁ ମାମଲା କ୍ରମଶଃ ବଢ଼ିବାରେ ଲାଗିଛି । ୨୦୨୫ରେ ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୫ ଲକ୍ଷ ପାର୍ ହୋଇଥିବା ଅନୁମାନ କରାଯାଉଛି । ସରକାରୀ ରିପୋର୍ଟ ଅନୁସାରେ, ଭାରତରେ ୨୦୨୯ରୁ ୨୦୨୩ ଏହି ୫ ବର୍ଷ ମଧ୍ୟରେ କ୍ୟାନସରର ୭୧ ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିଛି । ଗତ ୫ ବର୍ଷ ମଧ୍ୟରେ ପାଖାପାଖି ୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.