ପ୍ରମୂଖ ଖବର
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ହିଟ୍‌ ଆଣ୍ଡ ରନ୍‌ ମାମଲାର ଅଭିଯୁକ୍ତଙ୍କୁ ଧରାଇଲା ଏଆଇ, ୩୬ ଘଣ୍ଟା ମଧ୍ୟରେ ଗିରଫ କଲା ପୁଲିସ

Published By : Krishna Priya | August 18, 2025 9:17 AM

ମହାରାଷ୍ଟ୍ର ୧୮/୦୮: ପ୍ରଯୁକ୍ତିବିଦ୍ୟାର ଉନ୍ନତି ସହ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ଏବେ ସବୁ କ୍ଷେତ୍ରରେ ମଣିଷ ଲାଗି ଉପାଦେୟ ସାବ୍ୟସ୍ତ ହେଉଛି । ସଦ୍ୟତମ ମାମଲାରେ ଏଆଇ ସହାୟତାରେ ମହାରାଷ୍ଟ୍ର ପୁଲିସ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲାର ଅଭିଯୁକ୍ତଙ୍କୁ ମାତ୍ର ୩୬ ଘଣ୍ଟା ମଧ୍ୟରେ ଗିରଫ କରିଥିବା ସୂଚନା ମିଳିଛି । 

ଘଟଣାଟି ଏହିପରି । ଅଗଷ୍ଟ ୯ରେ ନାଗପୁରରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ବାଇକ୍‌ରେ ଯାଉଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଏଥିଯୋଗୁ ମହିଳାଜଣକ ସଡ଼କରେ ଛିଟିକି ପଡି଼ଥିଲେ । ଟ୍ରକ୍‌ ଡ୍ରାଇଭର ତାଙ୍କ ଉପରେ ଗାଡି଼ ମଡ଼ାଇ ନେଇ ପଳାଇଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଶବକୁ ବାଇକ୍‌ରେ ବାନ୍ଧି ପୈତୃକ ଗାଁକୁ ନେଇଯିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏପରିସ୍ଥଳେ ଏହି ହିଟ୍‌ ଆଣ୍ଡ ରନ୍‌ ମାମଲା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲା । ଯଥାଶୀଘ୍ର ଏହାର ଅଭିଯୁକ୍ତଙ୍କୁ ଗିରଫ ଲାଗି ପୁଲିସ ଉପରେ ଚାପ ସୃଷ୍ଟି ହୋଇଥିଲା ।

ନାଗପୁର ଗ୍ରାମୀଣ ଏସ୍‌ପି ହରିଶ ପୋଦ୍ଦାର କହିଛନ୍ତି, ତଦନ୍ତ ସମୟରେ ପୀଡି଼ତ ବ୍ୟକ୍ତି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସଂପର୍କରେ ଅଧିକ ସୂଚନା ଦେଇପାରିନଥିଲେ । କେବଳ ଟ୍ରକ୍‌ରେ ନାଲି ରଙ୍ଗର ଚିହ୍ନ ଥିବା ସେ ଦର୍ଶାଇଥିଲେ । ଏହାପରେ ସେମାନେ ୩ଟି ଭିନ୍ନ ଭିନ୍ନ ଟୋଲ୍‌ ପ୍ଲାଜାର ସିସିଟିଭି ଡାଟାକୁ ସଂଗ୍ରହ କରି ୨ଟି ଏଆଇ ଆଲ୍‌ଗୋରିଦମ୍‌ ସାହାଯ୍ୟରେ ତାର ବିଶ୍ଳେଷଣ ମାଧ୍ୟମରେ ମାମଲାର ସମାଧାନ ଲାଗି ଉଦ୍ୟମ କରିଥିଲେ । ପ୍ରଥମ ଆଲଗୋରିଦମ୍‌ ଅନୁସାରେ ନାଲି ରଙ୍ଗର ଚିହ୍ନ ଥିବା ଟ୍ରକ୍‌ଗୁଡି଼କୁ ସିସିଟିଭି ଫୁଟେଜ୍‌ରୁ ବଛାଯାଇଥିଲା । ପରବର୍ତ୍ତୀ ସମୟରେ ଦ୍ରୁତ ଗତି ଆଧାରରେ କିଛି ଟ୍ରକ୍‌କୁ ବଛାଯାଇଥିଲା । ଶେଷରେ ୩୬ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ଟ୍ରକ୍‌କୁ ନାଗପୁରଠାରୁ ୭୦୦ କିମି ଦୂରରୁ ଉଦ୍ଧାର କରାଯାଇଛି । ଏଆଇ ଦ୍ୱାରା ହିଁ ସେମାନେ ଏହି ସଫଳତା ପାଇଥିବା ପୋଦ୍ଦାର କହିଛନ୍ତି । 

ମହାରାଷ୍ଟ୍ର ସରକାର ମାରଭେଲ(ମହାରାଷ୍ଟ୍ର ରିସର୍ଚ୍ଚ ଆଣ୍ଡ ଭିଜିଲାନ୍ସ ଫର୍‌ ଏନହାନ୍ସଡ୍‌ ଲ ଏନଫୋର୍ସମେଣ୍ଟ) ନାମକ ଏକ ସ୍ୱତନ୍ତ୍ର ବାହନ ବନାଇଛନ୍ତି । ଏହା ଦେଶର ପ୍ରଥମ ରାଜ୍ୟ ସ୍ତରୀୟ ପୁଲିସ ଏଆଇ ସିଷ୍ଟମ । ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନ ପ୍ରବର୍ତ୍ତନ ଏଜେନ୍ସି ଓ ଅନ୍ୟ ବିଭାଗରେ ଏଆର ବ୍ୟବହାର ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.