ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଏମ୍ସ ବିଶେଷଜ୍ଞଙ୍କ ପରାମର୍ଶ : 'ମଦରୁ ବ୍ୟାପୁଛି କ୍ୟାନସର, ବୋତଲରେ ଲଗାନ୍ତୁ ଚେତାବନୀ ଷ୍ଟିକର'

Published By : Rasmita Pradhan | July 28, 2025 2:34 PM

ନୂଆଦିଲ୍ଲୀ, ୨୮/୦୭ : ମଦରୁ ବ୍ୟାପୁଛି କ୍ୟାନସର। ବୋତଲରେ ଲଗାନ୍ତୁ ଚେତାବନୀ ଷ୍ଟିକର। ବିଶେଷଜ୍ଞଙ୍କ ପରାମର୍ଶ, ତମ୍ବାଖୁ ଭଳି ମଦରେ କ୍ୟାନସର ତତ୍ତ୍ଵ ରହିଛି। ହେଲେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରହିଛି। ତେଣୁ ତମ୍ଵାଖୁ ଭଳି ମଦ ବୋତଲରେ ଚେତାବନୀ ଥିବା ଲେବୁଲ ଲଗାଯିବା ନିହାତି ଜରୁରୀ। ଦିଲ୍ଲୀ ଏମ୍ସର ରାଡିଏସନ୍ ଆଙ୍କୋଲୋଜୀ ବିଭାଗର କ୍ୟାନସର ବିଶେଷଜ୍ଞ ଡ. ଅଭିଷେକ ଶଙ୍କର, ଡ. ବୈଭବ ସାହାଣୀ ଏବଂ ଡ. ଦୀପକ ସୈନୀଙ୍କ ଦ୍ଵାରା ଲେଖାଯାଇଥିବା ଏକ ରିସର୍ଚ୍ଚରେ ଏହି ପରାମର୍ଶ ଦିଆଯାଇଛି। 

ବିଶେଷଜ୍ଞଙ୍କ ଅନୁଯାୟୀ, ମଦ ବୋତଲରେ ସାକ୍ଷ୍ୟ ଆଧାରିତ ଚେତାବନୀ ଥିବା ଲେବୁଲ ଲଗାଗଲେ ଲୋକଙ୍କ ମଧ୍ୟରେ ସଚେତନତା ବଢିବ। ଏହାଦ୍ଵାରା କ୍ୟାନସର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ। ସବୁ ବର୍ଗର ଲୋକମାନେ ସଚେତନ ହୋଇପାରିବେ। ଭାରତରେ ଏବେ ତୀବ୍ର ଗତିରେ କ୍ୟାନସର ମାମଲା ବୃଦ୍ଧି ପାଇବାରେ ଲାଗିଛି। ୨୦୧୨ ରୁ ୨୦୨୨ ମଧ୍ୟରେ କ୍ୟାନସର ମାମଲା ୩୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ଦେଶରେ ପ୍ରାୟ ୧୪.୧ ଲକ୍ଷ ନୂଆ କ୍ୟାନସର ମାମଲା ଚିହ୍ନଟ ହୋଇଛି। ଗତ ୫ ବର୍ଷ ଭିତରେ ୩୨.୫ ଲକ୍ଷ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯ ଲକ୍ଷ ୧୬ ହଜାର ୮୨୭ ଜଣଙ୍କର ମୃତ୍ୟୁ ହୋଇଛି। ମଦ୍ୟପାନ ଯୋଗୁଁ ହେଉଥିବା ରୋଗ ଯୋଗୁଁ ଲୋକଙ୍କ ବୟସ ହାରାହାରି ୬.୬ ବର୍ଷ ହ୍ରାସ ପାଇଛି। ତମ୍ବାଖୁ ସେବନ କରୁଥିବା ଲୋକଙ୍କ ବୟସ ହାରାହାରି ୧୦.୯ ପ୍ରତିଶତ ବର୍ଷ ହ୍ରାସ ପାଇଛି। ମଦ୍ୟପାନ ଯୋଗୁଁ ୭ ପ୍ରକାରର କ୍ୟାନସର ହେବାର ସମ୍ଭାବନା ରହିଛି। ମଳଦ୍ଵାର, ଯକୃତ, ସ୍ତନ, ଖାଦ୍ୟନଳୀ, ଗଳା, ଗ୍ରୀବା ଏବଂ ମୁଖ କର୍କଟ ରୋଗ ଭଳି ସାତ ପ୍ରକାରର କର୍କଟ ରୋଗ ହେବାର ସମ୍ଭାବନା ରହିଛି। 












Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.