ନୂଆଦିଲ୍ଲୀ,୨୨।୭: ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୁଃଖ ମନରୁ ଲିଭି ନଥିବା ବେଳେ ଆଉ ଏକ ଅଘଟଣ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଏୟାର ଇଣ୍ଡିଆର ବିମାନ ବିମାନରେ ଲାଗିଲା ନିଆଁ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ (AI 315) ବିମାନର ପଛ ପଟେ ଥିବା ତ ଛୋଟ ଇଞ୍ଜିନ(Auxiliary power unit) ବା APU ରେ ନିଆଁ ଲାଗିଯାଇଥିଲା।
ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡ ପରେ ଯାତ୍ରୀ ସେଥିରୁ ବାହାରୁଥିଲେ। ଦୁର୍ଘଟଣା ପରେ ବି ବିମାନର ସବୁ ଯାତ୍ରୀ ଓ ଚାଳକ ଦଳ ସୁରକ୍ଷିତ ଅଛନ୍ତି। APU ରେ ଏକ ଛୋଟ ଇଞ୍ଜିନ ରହିଥାଏ, ଯାହାକି ବିମାନକୁ ଠିକ୍ ହେବା ବେଳେ ବିଜୁଳି ସପ୍ଲାଇ ଓ ଏୟାର କଣ୍ଡିସନିଂ ଭଳି କାମ କରିଥାଏ। ଏହା ଉଡାଣ ବେଳେ ମୁଖ୍ୟ ଇଞ୍ଜିନ ଭଳି କାମ କରେନି। କିନ୍ତୁ ବିମାନ ତିଆରି ଓ ଠିଆ କରିବାର ସମୟରେ ଜରୁରୀ ହୋଇଥାଏ।
ଏୟାର ଇଣ୍ଡିଆ କହିଛି, ନିଆଁ ଲାଗିବା ପରେ ବିମାନରେ କିଛି କ୍ଷତି ହୋଇଛି। ତେବେ ଚାଳକ ଦଳ ଓ ଯାତ୍ରୀଙ୍କର କ୍ଷତି ହୋଇନି। ସେମାନେ ସୁରକ୍ଷିତ ଭାବେ ବାହାରକୁ ଆସି ସାରିଥିଲେ। ଅଧିକ ଅନୁସନ୍ଧାନ ପାଇଁ ବିମାନରୁ ରୋକି ଦିଆଯାଇଛି ଏବଂ ନିୟାମକଙ୍କୁ ସୂଚନା ଦିଆଯାଇଛି।’