ପ୍ରମୂଖ ଖବର
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଟୋକିଓରୁ ଦିଲ୍ଲୀ ଆସୁଥିଲା ଏୟାର ଇଣ୍ଡିଆ ବିମାନ, କୋଲକାତାକୁ ହେଲା ଡାଇଭର୍ଟ

Published By : Tapas Panda | June 29, 2025 11:28 PM

Image Courtesy:indiatv

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନକୁ ଦିଲ୍ଲୀ ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି କୋଲକାତା ବିମାନବନ୍ଦରରେ ଓହ୍ଲାଇଛି । ବିମାନଟି ଟୋକିଓର ହାନେଡା ବିମାନବନ୍ଦରରୁ ଦିଲ୍ଲୀ ଆସୁଥିଲା। ଏହି ସମୟରେ, କ୍ୟାବିନରେ ଲଗାତାର ତାପମାତ୍ରା ବୃଦ୍ଧି ଯୋଗୁଁ ଏୟାର ଇଣ୍ଡିଆର ବିମାନକୁ କୋଲକାତାକୁ ଡାଇଭର୍ଟ କରାଯାଇଛି । ତେବେ ଏୟାର ଇଣ୍ଡିଆ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଛି । 

ଏୟାରଲାଇନ୍ସର ବିବୃତ୍ତିରେ କୁହାଯାଇଛି ଯେ, ଆମର ଯାତ୍ରୀମାନଙ୍କୁ ଯଥାଶୀଘ୍ର ଦିଲ୍ଲୀ ନେବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। କ୍ୟାବିନରେ ଲଗାତାର ତାପମାତ୍ରା ବୃଦ୍ଧି ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜୁନ୍ ୨୯ ତାରିଖରେ ହାନେଡାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ AI 357କୁ କୋଲକାତାକୁ ଡାଇଭର୍ଟ କରାଯାଇଥିଲା।

ବିମାନରେ ବର୍ତ୍ତମାନ ଯାଞ୍ଚ କରାଯାଉଛି । କୋଲକାତାରେ ଏହାର ଗ୍ରାଉଣ୍ଡ ଟିମ୍ ଏହି ଅପ୍ରତ୍ୟାଶିତ ପରିବର୍ତ୍ତନ ଯୋଗୁଁ ହେଉଥିବା ଅସୁବିଧାକୁ କମ କରିବା ପାଇଁ ଯାତ୍ରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛନ୍ତି । ଅନ୍ୟ ଏକ ଘଟଣାରେ, ମୁମ୍ବାଇରୁ ଚେନ୍ନାଇ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନ କ୍ୟାବିନରେ ପୋଡ଼ା ଗନ୍ଧ ଅନୁଭବ କରିବା ପରେ ଏହାକୁ ଫେରିବାକୁ ପଡିଥିଲା । ଏହି ଘଟଣା ଜୁନ୍ ୨୭ ତାରିଖରେ ଫ୍ଲାଇଟ୍ AI639 ରେ ଘଟିଥିଲା। ବିମାନଟି ସୁରକ୍ଷିତ ଭାବରେ ମୁମ୍ବାଇରେ ଅବତରଣ କରିଥିଲା ଏବଂ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନକୁ ସ୍ଥାନାନ୍ତର କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.