ଭୁବନେଶ୍ଵର ୫/୯ : ଭୁବନେଶ୍ୱରରେ ସକାଳୁ କାଚୁଛି ତୁହାକୁ ତୁହା ବର୍ଷା। ପାଗ ଖରାପ ଯୋଗୁଁ ବିମାନ ବନ୍ଦରରେ ଓହ୍ଲାଇ ପାରିଲାନି ଏୟାର ଇଣ୍ଡିଆ ବିମାନ। ଭୁବନେଶ୍ଵରରେ ନଓହ୍ଲାଇ କୋଲକାତା ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେବା ପାଇଁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟ ସାରି ଆଜି ଏୟାର ଇଣ୍ଡିଆ ବିମାନ ଯୋଗେ ଭୁବନେଶ୍ଵର ଫେରୁଥିଲେ। ପ୍ରବଳ ବର୍ଷା ଯୋଗୁଁ ବିମାନ ଏୟାରପୋର୍ଟରେ ଅବତରଣ କରିପାରି ନଥିଲା। ତେଣୁ ବିମାନକୁ କୋଲକାତାକୁ ଡାଇଭର୍ଟ କରାଯାଇଛି।