ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବଢିପାରେ ଏୟାର ଇଣ୍ଡିଆ ପାଇଁ ଅଡୁଆ; ପ୍ଲେନ କ୍ରାସରେ ମୃତକଙ୍କ ପରିବାର ଲୋକେ ଦେବେ ଏତଲା...!

Published By : Bijay Swain | July 1, 2025 6:10 PM

Image courtesy: indiatoday

ଅହମଦାବାଦ: ଗତ ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ ଏଆଇ ୧୭୧ ଦୁର୍ଘଟଣାରେ ମୃତ ଯୁକ୍ତରାଜ୍ୟରେ ରହୁଥିବା ପରିବାର ସଦସ୍ୟମାନେ ଏୟାର ଇଣ୍ଡିଆ ଏବଂ ବିମାନ ନିର୍ମାତା ବୋଇଙ୍ଗ ବିରୁଦ୍ଧରେ ଯୁକ୍ତରାଜ୍ୟ ଅଦାଲତରେ ମାମଲା ଦାୟର କରିବା ପାଇଁ ବିଚାର କରୁଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଏହି ପରିବାରମାନେ ଅଧିକ କ୍ଷତିପୂରଣ ଦାବି କରିବାକୁ ଚାହୁଁଛନ୍ତି। 

ଖବର ମୁତାବକ, ଅହମଦାବାଦରୁ ଲଣ୍ଡନ ଯାଉଥିବା ବୋଇଙ୍ଗ ୭୮୭ ଡ୍ରିମଲାଇନର ଟେକ୍‌ଅଫ ପରେ ବିମାନ ବନ୍ଦର ନିକଟରେ ଥିବା ଏକ ମେଡିକାଲ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ସମସ୍ତଙ୍କ ମୃତ୍ୟୁ ହୋଇଥିଲା। ଏହା ସହ ଦୁର୍ଘଟଣା ହୋଇଥିବା ମେଡିକାଲ କଲେଜର ହଷ୍ଟେଲରେ ରହୁଥିବା ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୧୮୧ ଜଣ ଭାରତୀୟ ଏବଂ ୫୨ ଜଣ ଯୁକ୍ତରାଜ୍ୟର ନାଗରିକ ରହିଥିଲେ।

ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ପରିବାରମାନେ ଯୁକ୍ତରାଜ୍ୟର କୀଷ୍ଟୋନ ଲ’ ଫାର୍ମ ସହ ପରାମର୍ଶ କରୁଛନ୍ତି ଏବଂ ଟାଟା ଗ୍ରୁପ ଘୋଷଣା କରିଥିବା ୧.୨୫ କୋଟି ଟଙ୍କା (ପ୍ରାୟ £୧୦୬,୦୦୦ ପାଉଣ୍ଡ) କ୍ଷତିପୂରଣଠାରୁ ଅଧିକ ଦାବି କରିବାକୁ ଯୋଜନା କରୁଛନ୍ତି। ଏହି କ୍ଷତିପୂରଣରେ ଟାଟା ସନ୍ସରୁ ୧ କୋଟି ଟଙ୍କା ଏବଂ ଏୟାର ଇଣ୍ଡିଆରୁ ଅନ୍ତରୀଣ ଦେୟ ଭାବେ ୨୫ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ ରହିଛି। ମାମଲାରେ ମଣ୍ଟ୍ରିଅଲ କନଭେନସନ ଅନୁଯାୟୀ ଏୟାର ଇଣ୍ଡିଆର ଦାୟିତ୍ବ ମଧ୍ୟ ଯାଞ୍ଚ କରାଯାଇପାରେ, ଯାହା ଯାତ୍ରୀ ମୃତ୍ୟୁ ବା ଆଘାତ ପାଇଁ ଏୟାରଲାଇନର ଦାୟିତ୍ୱ ନିର୍ଦ୍ଧାରଣ କରିଥାଏ।

ଏହି ଦୁର୍ଘଟଣା, ଭାରତର ଅନ୍ୟତମ ଭୟଙ୍କର ବିମାନ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ। ଏଣୁ ସାଧାରଣରେ ଏୟାର ଇଣ୍ଡିଆ ଓ ବୋଇଙ୍ଗ ଉପରେ ଅଧିକ ଯାଞ୍ଚ ଓ ଅନୁସନ୍ଧାନର କାରଣ ହୋଇଛି। ଏହି ଦୁର୍ଘଟଣାରେ ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ ମୂଳ ତଥା ଯୁକ୍ତରାଜ୍ୟର ନାଗିରକ  ବିଶ୍ୱାସ କୁମାର ରମେଶ। ସେ ବର୍ତ୍ତମାନ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଭାରତୀୟ କର୍ତ୍ତୃପକ୍ଷ, ଇଂଲଣ୍ଡର ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫଟି ବୋର୍ଡ ଓ ବିଶେଷଜ୍ଞଙ୍କ ସହାୟତାରେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛନ୍ତି। ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଉଭୟ ବ୍ଲାକ ବକ୍ସର ତଦନ୍ତ ଚାଲିଛି। ଟାଟା ଗ୍ରୁପ କ୍ଷତିଗ୍ରସ୍ତ ମେଡିକାଲ କଲେଜର ପୁନଃନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛି।

ମୃତକମାନଙ୍କ ପରିବାରମାନେ ମାମଲା ପାଇଁ ପ୍ରସ୍ତୁତି କରୁଥିବା ବେଳେ, ଯଦି ଏହି ଦୁର୍ଘଟଣାରେ ଅବହେଳା ପ୍ରମାଣିତ ହୁଏ, ତେବେ ଏୟାର ଇଣ୍ଡିଆକୁ ୧.୫ ବିଲିୟନ ଡଲାର ବୀମା ରାଶିଠାରୁ ଅଧିକ ପରିମାଣର କ୍ଷତିପୂରଣ ରାଶି ଦେବାକୁ ପଡିପାରେ। ତେବେ ଏହି ମାମଲାରେ ଆଗକୁ କଣ ଅପଡେଟ ଆସୁଛି ତା ଉପରେ ସମସ୍ତଙ୍କ ନଜର ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.