ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବେକରେ ଡାଟା କେବୁଲ୍‌ ଲଗାଇ ଝୁଲିପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ୍‌, ପ୍ରେମିକକୁ ବାନ୍ଧିଲା ପୋଲିସ

Published By : Tapas Panda | November 27, 2024 10:37 PM

ମୁମ୍ବାଇ: ଏୟାର ଇଣ୍ଡିଆର ଜଣେ ୨୫ ବର୍ଷୀୟା ପାଇଲଟ୍‌ ମୁମ୍ବାଇର ନିଜ ଫ୍ଳାଟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣାରେ ଯୁବତୀଙ୍କ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି । ପୋଲିସ ପାଖରୁ ମିଳିଥିବା ସୂଚନା ଅନୁସାରେ, ଅନ୍ଧେରିରେ ଥିବା ଏକ ଫ୍ଲାଟରୁ ପାଇଲଟ୍‌ ସୃଷ୍ଟି ତୁଲିଙ୍କ ମୃତଦେହ ଜବତ ହୋଇଥିଲ । ବେକରେ  ଡାଟା କେବୁଲ ଲଗାଇ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ ମିଳିନାହିଁ । ମୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ତାଙ୍କ ପ୍ରେମିକ ୨୭ ବର୍ଷୀୟ ଆଦିତ୍ୟ ପଣ୍ଡିତଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି  । 

ମୃତ ଯୁବତୀଙ୍କ ଦାଦାଙ୍କ ଅଭିଯୋଗ ଅନୁଯାୟୀ, ଆଦିତ୍ୟ ଅନେକ ସମୟରେ ସୃଷ୍ଟିଙ୍କୁ ସାର୍ବଜନୀନ ସ୍ଥାନରେ ଅପମାନିତ କରିଥିଲେ । ଏପରିକି ଖାଦ୍ୟ ଅଭ୍ୟାସ ପରିବର୍ତ୍ତନ କରିବାକୁ ଆଦ୍ୟତ ଚାପ ପକାଇବା ସହ ସୃଷ୍ଟିଙ୍କୁ ଆମିଷ ଖାଇବାକୁ ବାଧ୍ୟ କରୁଥିଲେ । ଘଟଣା ଦିନ ସୃଷ୍ଟି, ଆଦିତ୍ୟଙ୍କୁ ଫୋନ୍‌ କରି ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଏହି ସମୟରେ ପଣ୍ଡିତ ଦିଲ୍ଲୀ ଯାଉଥିଲେ । ସୃଷ୍ଟିଙ୍କ ପାଖରୁ ଫୋନ୍‌ ପାଇ ସେ ତୁରନ୍ତ ମୁମ୍ବାଇ ଫେରିଆସିଥିଲେ ।

ସେ ସୃଷ୍ଟି ରହୁଥିବା ଫ୍ଲାଟର କବାଟ ଖୋଲି ଦେଖିଲା ବେଳକୁ ସୁବ କିଛି ଶେଷ ହୋଇଯାଇଛି । ତାଙ୍କ ପ୍ରେମିକା ବେକରେ ଡାଟା କେବୁଲ ଲଗାଇ ଝୁଲିପଡ଼ିଛନ୍ତି । ତାଙ୍କୁ ସଙ୍ଗେସଙ୍ଗେ ପାଖରେ ଥିବା ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ସୃଷ୍ଟି ଉତ୍ତର ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ଗତବର୍ଷ ଜୁନ୍‌ ମାସରୁ ମୁମ୍ବାଇରେ ରହୁଥିଲେ । ଦୁଇ ବର୍ଷ ପୂର୍ବରୁ ପାଇଲଟ୍‌ କୋର୍ସ କରୁଥିବା ବେଳେ ସୃଷ୍ଟି ଏବଂ ଆଦିତ୍ୟଙ୍କ ମଧ୍ୟ ସାକ୍ଷାତ ହୋଇଥିଲା ଏବଂ ପରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ସେପଟେ ସୃଷ୍ଟିଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ଆଦିତ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.