ଭୁବନେଶ୍ବର,୪/୧୨ : ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡ଼ାଣ ଆରମ୍ଭ ହେବ । ୫ଡିସେମ୍ବର ୨୦୨୫ରୁ ସିଧାସଳଖ ବିମାନସେବା ମିଳିବ । ଯାହା ସୁଗମ ଆଞ୍ଚଳିକ ସଂଯୋଗୀକରଣରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ।
ସେ ଲେଖିଛନ୍ତି, #BMAAN ସହିତ ଓଡ଼ିଶା ଆହୁରି ଉପରକୁ ଉଠୁଛି । ୫ ଡିସେମ୍ବର ୨୦୨୫ରୁ ସିଧାସଳଖ ଭୁବନେଶ୍ୱର-ରାଉରକେଲା ବିମାନ ଉଡ଼ାଣ ଆରମ୍ଭ ହେବ, ଯାହା ସୁଗମ ଆଞ୍ଚଳିକ ସଂଯୋଗୀକରଣରେ ଆଉ ଏକ ମାଇଲଖୁଣ୍ଟ। ନିକଟତର ସହର। ଅଧିକ ସୁଯୋଗ। ଅଧିକ ଶକ୍ତିଶାଳୀ ହେବ ଓଡ଼ିଶା। ଏକାଠି, ଆମେ ଉପରକୁ ଉଠିବା।
ଏହି ସେବା ଉଡେ ଦେଶ କା ଆମ ନାଗରିକ (UDAN) ଯୋଜନା ଅଧୀନରେ ଆଲାଏନ୍ସ ଏୟାର ଦ୍ୱାରା ପରିଚାଳିତ ହେବ ବୋଲି ଆଶା କରାଯାଉଛି । ଗୁରୁବାର ବ୍ୟତୀତ ଅନ୍ୟ ସବୁ ଦିନ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛି ।