ନୂଆଦିଲ୍ଲୀ ୨୭/୧୧: ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ ଆଜିକାଲି ବିବାହ ବିଚ୍ଛେଦ ଗୁଜବକୁ ନେଇ ଚର୍ଚ୍ଚାର ଶିଖରରେ ଅଛନ୍ତି । ଇତିମଧ୍ୟରେ ଐଶ୍ୱର୍ଯ୍ୟା ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଉତ୍ପୀଡ଼ନ ବିଷୟରେ କହିଛନ୍ତି । ଏକ ବ୍ରାଣ୍ଡ୍‌ର ଆମ୍ବାସଡର ଭାବେ ତା’ର ଏକ ପ୍ରମୋଶନାଲ ଭିଡିଓ ସେ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଏଥିରେ ଉତ୍ପାଦ ନୁହେଁ, ବରଂ ଉତ୍ପୀଡ଼ନ ବିଷୟରେ ସେ କହୁଥିବା ନଜର ଆସିଛନ୍ତି ।

ଭିଡିଓକୁ ଐଶ୍ୱର୍ଯ୍ୟା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିଛନ୍ତି । କ୍ୟାପ୍‌ସନ ଲେଖିଛନ୍ତି, ମହିଳାଙ୍କ ବିରୋଧରେ ହେଉଥିବା ହିଂସା ବିରୋଧରେ ଠିଆ ହୁଅନ୍ତୁ ଏବଂ କମ୍ପାନିର ଟ୍ରେନିଂ କାର୍ଯ୍ୟକ୍ରମ ସହ ଯୋଡ଼ି ହୁଅନ୍ତୁ । କାରଣ ମହିଳାଙ୍କର ଗୁରୁତ୍ୱ ରହିଛି । ନିର୍ଯାତନାର ମୁକାବିଲା ଲାଗି ସେ ମହିଳାଙ୍କୁ ଉତ୍ସାହିତ କରିଛନ୍ତି । କହିଛନ୍ତି, ସାହସର ସହ ମୁଣ୍ଡ ଉଠାଇ ସବୁ ସମସ୍ୟାକୁ ସାମ୍ନା କରିବା ଉଚିତ୍‌ । ଆତ୍ମସମ୍ମାନ ସହିତ କଦାପି ସାଲିସ୍‌ କରିବା ଉଚିତ୍‌ ନୁହେଁ । ସଙ୍କଟରେ ନିଜକୁ ବିଶ୍ୱାସ କରିବା ଉଚିତ୍‌ । ନିଜକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଉଚିତ୍‌ ନୁହେଁ । ନିଜ ପରିଧାନ କିମ୍ବା ଲିପ୍‌ଷ୍ଟିକ୍‌କୁ ଉତ୍ପୀଡ଼ନର କାରଣ ବୋଲି କଦାପି ମାନିବା ଉଚିତ୍‌ ନୁହେଁ । କାରଣ ଏଥିରେ କୌଣସି ଭୁଲ ନାହିଁ । 




ତେବେ ମହିଳାଙ୍କ ସମର୍ଥନରେ ସ୍ୱର ଉଠାଇବା ପାଇଁ ସୋସିଆଲ ମିଡିଆରେ ଲୋକେ ଐଶ୍ୱର୍ଯ୍ୟାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । ତେବେ ତାଙ୍କ ପୋଷ୍ଟ୍‌ରେ ଅଭିଷେକ ଲାଇକ୍‌ କିମ୍ବା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।