ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଶ୍ରମିକ ମଜୁରୀ ବୃଦ୍ଧି ଦାବିରେ ଏଆଇଟିୟୁସି ପକ୍ଷରୁ ଧର୍ମଘଟ ଡାକରା

Published By : Suraj Kumar | April 28, 2025 5:46 PM

ମାଲକାନଗିରି, ୨୮/୪ :  ଶ୍ରମିକ ମଜୁରୀ ବୃଦ୍ଧି, ସୁରକ୍ଷା  ଓ ହକ ଦାବିରେ ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ ଓ ଧର୍ମଘଟର ଡାକରା ଦେଇଛି ଏଆଇଟିୟୁସି।  ମାଲକାନଗିରି ଶାଖା ପକ୍ଷରୁ ଏକ ଜରୁରୀ କାଳୀନ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ସର୍ବନିମ୍ନ ମଜୁରୀ ହାର ବୃଦ୍ଧି ଦାବିରେ  ମେ ୫ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ସେହିପରି ଶ୍ରମିକଙ୍କ ହକ ପୂରଣ ଏବଂ ଅଧିକାର ସୁରକ୍ଷା ଦାବିରେ ମେ ୨୦ତାରିଖରେ ଦେଶବ୍ୟାପି ଧର୍ମଘଟ କରାଯିବ ।

 ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମେ ପହିଲା ଶ୍ରମିକ ଦିବସ ପାଳନ କରାଯିବା ପାଇଁ ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସ ପକ୍ଷରୁ ମାଲକାନଗିରି ତାରିଣୀ ମନ୍ଦିର ପ୍ରାଙ୍ଗଣରେ ବୈଠକଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏଆଇଟିୟୁସିର ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା,  ମାଲକାନଗିରି ଜିଲ୍ଲା ସଭାପତି ମହାନନ୍ଦ ଦୁର୍ଗା, ଓଡିଶା ରାଜ୍ୟ ପାଚିକା ଜିଲ୍ଲା ସଭାପତି ଦୟାମଣୀ ସମରଥ,ଉପସଭାପତି ଉତ୍ତମ ମଲ୍ଲିକ,  ଅଙ୍ଗନବାଡି ସଭାପତି ଭାନି ପୂଜାରୀ, କୁମାର ଅନୁଗୁଳିଆ, ବିଦ୍ୟୁତ ସଂଘ ର ସନ୍ତୋଷ ପଣ୍ଡା,ମାଥିଲି ବ୍ଲକର ଶ୍ରମିକ ସଭାପତି  ମଦନ ଓଝା, ସିପିଆଇର ହରି ଓଡ଼ି ପ୍ରମୁଖ ଉପସ୍ଥିତ  ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.