ନୂଆଦିଲ୍ଲୀ,୧୪ /୦୫: ଅଜୟ କୁମାର ପୂର୍ବତନ ପ୍ରତିରକ୍ଷା ସଚିବ ୟୁପିଏସଏସି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ୧୯୮୫ ବ୍ୟାଚ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅଜୟ କୁମାରଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ସେ ଅଗଷ୍ଟ ୨୦୧୯ ରୁ ୨୦୨୨ ଅକ୍ଟୋବର ୩୧ ଯାଏ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ । ଏପ୍ରିଲ ୨୯ରେ ପ୍ରୀତି ସୁଦାନଙ୍କ ଅବସର ପରେ ୟୁପିଏସ୍ସି ଅଧ୍ୟକ୍ଷ ପଦ ଖାଲି ପଡିଥିଲା ।
UPSC ଅଧ୍ୟକ୍ଷ ନିୟୁକ୍ତ ଅଜୟ କୁମାର କିଏ ? ୧୯୮୫ କେରଳ କ୍ୟାଡେଟ୍ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଫିସର୍ ହେଉଛନ୍ତି ଅଜୟ କୁମାର । ଅଗଷ୍ଟ ୨୩, ୨୦୧୯ ରୁ ୨୦୨୨ ଅକ୍ଟୋବର ୩୧ ଯାଏ ପ୍ରତିରକ୍ଷା ସଚିବ ଥିଲେ । ୟୁପିଏସ୍ସି ଅଧୀନରେ ସିଭିଲ ସର୍ଭିସ୍ ପରୀକ୍ଷା ହୋଇଥାଏ । ଯେଉଁଥିରେ ଆଇଏଏସ୍, ଆଇଏଫଏସ୍ ଓ ଆଇପିଏସ୍ ଅଫିସର ଚୟନ ହୋଇଥାନ୍ତି । ୟୁପିଏସ୍ସି ଅଧ୍ୟକ୍ଷଙ୍କ ସମେତ ୧୦ ସଦସ୍ୟଙ୍କ ଦ୍ୱାରା ସମସ୍ତ ପ୍ରକ୍ରିୟା ହୋଇଥାଏ ।
ଅଜୟ କୁମାର ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ତୁଲାଇ ଅବସର ନେଇଥିବା ଦେଶର ଜଣେ ବରିଷ୍ଠ ବ୍ୟୁରୋକ୍ରାଟ । ସେ ପ୍ରତିରକ୍ଷା ମୁଖ୍ୟ, ଅଗ୍ନିବୀର ଯୋଜନା, ଆତ୍ମନିର୍ଭର ଭାରତ, କର୍ପୋରେଟାଇଜେସନ ଭଳି ପରିବର୍ତ୍ତନକାରୀ ପ୍ରତିରକ୍ଷା ସଂସ୍କାରର ନେତୃତ୍ୱ ନେଇଥିଲେ । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଥିଲେ । ପିଏମ୍ ମୋଦିଙ୍କ ନେତୃତ୍ୱରେ ୟୁପିଆଇ, ଆଧାର, myGov ଏବଂ ସରକାରୀ ଇ-ମାର୍କୋଟପ୍ଲେସ୍ ଭଳି ଡିଜିଟାଲ ଇଣ୍ଡିଆ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ୨୦୧୨ ମଧ୍ୟ ପ୍ରସ୍ତୁତ କରିଥିଲେ ।
Former Defence Secretary Ajay Kumar appointed as UPSC Chairman. pic.twitter.com/u2w0pFZFvA
— ANI (@ANI) May 14, 2025
ୟୁପିଏସ୍ସି ନବନିଯୁକ୍ତ ଅଧ୍ୟକ୍ଷ ଅଜୟ କୁମାର, ମିନେସୋଟା ବିଶ୍ୱ ବିଦ୍ୟାଲୟରୁ ବାଣିଜ୍ୟ ପିଏଚଡି କରିଥିଲେ । ଆପ୍ଲାଏଡ଼ ଅର୍ଥନୀତିରେ ଏମଏସି ଡିଗ୍ରୀ ହାସଲ କରିଥିଲେ । ଉଭୟ ୩ ବର୍ଷ ମଧ୍ୟରେ ସମାପ୍ତ କରିଥିଲେ । ଏହା ସହିତ ଆଇଆଇଟି କାନପୁର ବିଟେକ୍ରେ ସ୍ନାତ୍ତକ ଏବଂ ଇଣ୍ଡିଆନ ନ୍ୟାସନାଲ ଏକାଡେମୀ ଅଫ୍ ଇଞ୍ଜିନିୟର୍ସର ପୂର୍ବତନ ଛାତ୍ର । ବର୍ତ୍ତମାନ କମିଶନରେ ୨ ପଦ ଖାଲି ପଡିଛି । ଜଣେ ୟୁପିଏସ୍ସି ଅଧ୍ୟକ୍ଷ ୬ ବର୍ଷ ପାଇଁ ନିୟୁକ୍ତ ହୋଇଥାନ୍ତି । ବୟସ ସୀମା ୬୫ ବର୍ଷ ରହିଛି ।