ପ୍ରମୂଖ ଖବର
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

୭ ବିଧାୟକ ଦଳ ଛାଡିବା ନେଇ ଆସିଲା ଅଜିତ ପାଓ୍ବାର ବଡ଼ ବୟାନ, କହିଲେ ତାଙ୍କର କୌଣସି କାମ…

Published By : Harapriya Biswal | June 1, 2025 8:21 PM

ନୂଆଦିଲ୍ଲୀ,୬।୧:  ନାଗାଲାଣ୍ଡର ଏନସିପି ଅଜିତ ପାୱାର ଗୋଷ୍ଠୀର ସମସ୍ତ ସାତ ଜଣ ବିଧାୟକ ଶନିବାର ଦଳ ପରିବର୍ତ୍ତନ କରି ଶାସକ ଏନଡିପିପିରେ ଯୋଗ ଦେଇଛନ୍ତି। ଏବେ ଏ ସମ୍ପର୍କରେ ଅଜିତ ପାୱାରଙ୍କ ବୟାନ ଆସିଛି। ସେ କହିଛନ୍ତି  ବିଧାୟକମାନେ ମୋତେ କହିଥିଲେ ଯେ ସେମାନଙ୍କର କାମ ହେଉନାହିଁ।  କିଛି ସମୟ ପୂର୍ବରୁ ସେମାନେ ନିଜେ ଦେବଗିରି ବଙ୍ଗଳାରେ ମୋତେ ଭେଟିବାକୁ ଆସିଥିଲେ ଏବଂ ସେମାନଙ୍କର ଅଭିଯୋଗ ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କର କୌଣସି କାମ ହେଉନାହିଁ।‘

ଏନ୍‌ଡିପି ଦ୍ବାରା ଏନ୍‌ସିପିରେ ଏଭଳି ଫାଟକୁ ନେଇ ଅଜିତ ପାଓ୍ବାର ଖୁବ୍ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏନ୍‌ଡିପି ତାଙ୍କ ଦଳରେ ପୋଚିଂ କରି ମେଣ୍ଟ ଧର୍ମର ଉଲଂଘନ କରିଛି। ଏନ୍‌ଡିଏର ଆଗାମୀ ବୈଠକରେ ଅଜିତ ପାଓ୍ବାର ଏହି ପ୍ରସଙ୍ଗ ଉଠାଇବେ।  

ଉଲ୍ଲେଖନୀୟ ଯେ, ସାତ ଜଣ ଏନସିପି ବିଧାୟକ ଏନଡିପିପିରେ ଯୋଗଦେବା ପରେ, ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କ ନେତୃତ୍ୱାଧୀନ ଏନଡିପିପି ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ପୂର୍ଣ୍ଣ ବହୁମତ ପାଇଛି। ଏନସିପି ବିଧାୟକମାନେ ଦଳରେ ଯୋଗଦେବା ପରେ, ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଏନଡିପିପି) ବିଧାୟକଙ୍କ ସଂଖ୍ୟା ୨୫ ରୁ ୩୨ କୁ ବୃଦ୍ଧି ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.