ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଶନିବାର ଅଜିତ ପାଓ୍ବାରଙ୍କ ଏନସିପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି ।

୧.ବଦଲି- ମୁଲାୟମ ସିଂହ

୨. ବୁରାଡୀ- ରତନ ତ୍ୟାଗୀ

୩. ଚାନ୍ଦନୀ ଚୌକ-  ଖାଲିଦ ଉର ରେହମାନ

୪. ବଲ୍ଲିମାରାନ- ମହମ୍ମଦ ହାରୁନ

୫. ଓଖଲା- ଇମ୍ରାନ ସୈଫୀ

୬. ଛତରପୁର- ନରେନ୍ଦ୍ର ତଂଓ୍ବର 

୭. ଲକ୍ଷ୍ମୀ ନଗର- ନମହା

୮. ଗୋକୁଳପୁରୀ- ଜଗଦୀଶ ଭାଗତ

୯. ମଙ୍ଗୋଳପୁରୀ- ଖେମ ଚନ୍ଦ

୧୦. ସୀମାପୁରୀ- ରାଜେଶ ଲୋହିୟା

୧୧. ସଙ୍ଗମ ବିହାର- କମର ଅହମଦ

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ରୋମାଞ୍ଚକର ହେବାକୁ ଯାଉଛି । ନିକଟରେ ଏନସିପି ନେତା ପ୍ରଫୁଲ ପଟେଲ କହିଥିଲେ. ତାଙ୍କ ଦଳ ପୂର୍ବରୁ ଦିଲ୍ଲୀରେ ନିର୍ବାଚନ ଲଢ଼ୁଥିଲା ଏବଂ ଆଗକୁ ମଧ୍ୟ ଲଢ଼ିବ । ମେଣ୍ଟ ଲାଗି ଏନଡିଏ ସହ ଆଲୋଚନା କରାଯିବ ବୋଲି ସେ କହିଥିଲେ । ସେପଟେ ଆପ୍‌ ଏବଂ କଂଗ୍ରେସ ମଧ୍ୟ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରିଛନ୍ତି । କିନ୍ତୁ ବିଜେପି ଏବେ ଯାଏଁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ । 

୭୦ ଆଶାୟୀଙ୍କ ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଯାଇଛି ଏବଂ ଏହା ଉପରେ ଚର୍ଚ୍ଚା ହେଉଛି ବୋଲି କୁହାଯାଉଛି । ସମସ୍ତ ୭୦ ଆସନ ଲାଗି ଆମ ଆଦମୀ ପାର୍ଟି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏବେ ଯାଏଁ ୪୭ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ଫେବୃଆରୀରେ ହୋଇପାରେ ।