ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୁଖବୀର ବାଦଲଙ୍କୁ ‘ଅକାଳ ତଖତ୍’ ର ସଜା, ସ୍ବର୍ଣ୍ଣ ମନ୍ଦିରରେ ସଫା କରିବେ ଶୌଚାଳୟ ଓ ମାଜିବେ ଅଇଁଠା ବାସନ

Published By : Harapriya Biswal | December 2, 2024 7:06 PM

ଚଣ୍ଡୀଗଡ,୨।୧୨:  ଅଡୁଆରେ ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ। ତାଙ୍କୁ ସିଖ୍‌ ସମ୍ପ୍ରଦାୟର ସବୁଠାରୁ ବଡ଼ ସଂସ୍ଥା ‘ଅକାଳ ତଖତ’ ଶୁଣାଇଛି ‘ଧର୍ମୀୟ ସଜା’। ଦୁଇ ମାସ ପୂର୍ବରୁ ’ଅକାଳ ତଖତ’ ତାଙ୍କୁ ତନଖୋୟା(ଧର୍ମୀୟ ମାମଲାର ଅପରାଧି) ଘୋଷିତ କରିଥିଲା। ‘ଅକାଳ ତଖତ’ର ଜଥେଦାର ଜ୍ଞାନୀ ରଘୁବୀର ସିଂହ ସଜା ଶୁଣାଇବା ସହ ବାଦଲଙ୍କୁ ସ୍ବର୍ଣ୍ଣ ମନ୍ଦିରରେ ଅଇଁଠା ବାସନ ଓ ଶୌଚାଳୟ ସଫେଇ କରିବାର ନିର୍ଦେଶ ଦେଇଛନ୍ତି। ଏହା ସହ ତାଙ୍କୁ ପଞ୍ଚ ସିଂହ ସାହିବଙ୍କ ଘର ବାହାରେ ସକାଳେ ଘଣ୍ଟାଏ ସେବାଦାରୀ କାମ ମଧ୍ୟ ଦେଇଛନ୍ତି। ‘ଅକାଳ ତଖତ’ ସଜା ଶୁଣାଇ ବାଦଲଙ୍କୁ ନିର୍ଦେଶ ଦେଇଛନ୍ତି, ତାଙ୍କୁ ସଜା ସମୟରେ ପ୍ରତିଦିନ ଗୁରୁଦ୍ବାରରେ କୀର୍ତ୍ତନ ଶୁଣିବାକୁ ହେବ। 

ନିଜ କାର୍ଯ୍ୟକାଳ ସମୟରେ ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ ଡେରା ସଚ୍ଚା ସୌଦାର ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାର ଅଭିଯୋଗ ମଧ୍ୟ ରହିଛି। ସୁଖବୀର ଗୋଲ୍ଡେନ୍ ଟେମ୍ପଲରେ ପଞ୍ଚ ସିଂହ ସହିବାନୋଙ୍କ ଆଗରେ ନିଜ ଭୁଲ ସ୍ବୀକାର କରିଛନ୍ତି। ସୁଖବୀର ସିଂହ ବାଦଲ କିଛି ଦିନ ପୂର୍ବରୁ  ହିଁ ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି। ସଜା ଘୋଷଣା କରି ଜଥେଦାର ଜ୍ଞାନୀ ରଣବୀର ସିଂହ ଶିରୋମଣି ଅକାଳୀ ଦଳକୁ ନିର୍ଦେଶ ଦେଇଛନ୍ତି ସେ ତିନି ଦିନ ଭିତରେ ତାଙ୍କର ଇସ୍ତଫା ସ୍ବୀକାର କରି ପାର୍ଟିରେ ନୂଆ ଅଧ୍ୟକ୍ଷ ପାଇଁ ଆଗାମୀ ୬ ମାସ ଭିତରେ ନିର୍ବାଚନ ଶେଷ କରନ୍ତୁ। 

ଉଲ୍ଲେଖନୀୟ ଯେ, ସରକାର ସମୟରେ ବିବାଦୀୟ ଗୁରୁ ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଦିଆ ଯାଇଥିବା କ୍ଷମାକୁ ଧ୍ୟାନରେ ରଖି ‘ଅକାଳ ତଖତ’ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ଦିଆଯାଇଥିବା ‘ଫକର-ଇ-କୋମ୍’ ଉପାଧି ମଧ୍ୟ ଫେରାଇ ନେଇଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.