ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୯ଟି ଆସନରେ ହେଉଥିବା ଉପନିର୍ବାଚନ ମଧ୍ୟରେ ନେତା ମାନଙ୍କ ବୟାନବାଜୀ ତୀବ୍ର ହେବାରେ ଲାଗିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ୟାଦବ ଆଜି (ଶୁକ୍ରବାର) କରହଲ୍ରେ ଉପନିର୍ବାଚନକୁ ନେଇ ଜନସଭାକୁ ସମ୍ବୋଧିତ କରିଛନ୍ତି । ଅଖିଳେଶ ତାଙ୍କ ସମ୍ବୋଧନରେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଟାର୍ଗେଟ କରିଛନ୍ତି ଏବଂ ଏକ ବଡ ଦାବି ମଧ୍ୟ କରିଛନ୍ତି ।
କରହଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ଅଖିଳେଶ ଯାଦବ କହିଛନ୍ତି,'ମହାରାଷ୍ଟ୍ର ନିର୍ବାଚନ ପରେ ଉତ୍ତରପ୍ରଦେଶର ଚୌକି ମଧ୍ୟ ଛଡ଼ାଇ ନିଆଯିବ। ଆମ ମୁଖ୍ୟମନ୍ତ୍ରୀ ସମାଜ ଭିତରେ ବାରୁଦ ବିସ୍ତାର କରୁଛନ୍ତି କିନ୍ତୁ ତାଙ୍କ ତଳେ ଏକ ସୁଡଙ୍ଗ ଖୋଳା ଚାଲିଛି । ସେ ଏଥିପାଇଁ ବାରୁଦ ବିସ୍ତାର କରୁଛନ୍ତି, କାରଣ ସେ ମଧ୍ୟ ଜାଣି ସାରିଲେଣି ତାଙ୍କ ଚୌକି ବିପଦରେ ରହିଛି ।
କରହଲରେ ଏକ ଐତିହାସିକ ବିଜୟ ହେବ ବୋଲି ଏସପି ମୁଖ୍ୟ କହିଛନ୍ତି । ବିଭାଜନ ରାଜନୀତି ସଫଳ ହେବ ନାହିଁ। ଏଠାରେ ଜନସାଧାରଣ ଓ ଚାଷୀଙ୍କୁ ହଇରାଣ କରାଯାଉଛି । ଯୁବକ ମାନଙ୍କୁ ଚାକିରି ଦିଆଯାଉ ନାହିଁ । ସେମାନଙ୍କ ଭବିଷ୍ୟତ ସହିତ ଖେଳା ଯାଉଛି ।
ସେ କହିଛନ୍ତି ଯେ ବିଜେପି ସମସ୍ତ ୯ ଟି ଆସନରେ ହାରିବାକୁ ଯାଉଛି । ବିଜେପି ଭିତରେ ଥିବା ଲୋକମାନେ ଏବଂ ସହଯୋଗୀ ମାନେ ମଧ୍ୟ 'ବାଟେଙ୍ଗେ ତୋ କାଟେଙ୍ଗେ'ର ସ୍ଲୋଗାନ ଗ୍ରହଣ କରୁନାହାଁନ୍ତି। ବୁଲଡୋଜର ସବୁଦିନ ପାଇଁ ନଷ୍ଟ ହୋଇଗଲା । ଏଥିପାଇଁ ମୁଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଉଛି, ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ।
ଅଖିଳେଶ ଯାଦବ କହିଛନ୍ତି ଯେ ଏଠାରେ ଥିବା ଲୋକମାନେ କଦାପି ବିଭେଦ ଏବଂ ଶାସନ ଗ୍ରହଣ କରିପାରିବେ ନାହିଁ, ସେମାନେ ବ୍ରିଟିଶ ମାନଙ୍କ ପଥ ଅନୁସରଣ କରୁଛନ୍ତି ଏବଂ ଦେଶ ଏହାକୁ କଦାପି ଗ୍ରହଣ କରିପାରିବ ନାହିଁ। ସୂଚନାଥାଉକି, ଗତ ୨୦୨୨ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ କରହଲ ବିଧାନସଭା ଆସନରୁ ଜିତିଥିଲେ। ତାଙ୍କ ଇସ୍ତଫା ପରେ ହିଁ ଏହି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ସେ ବର୍ତ୍ତମାନ ଲୋକସଭା ନିର୍ବାଚନରେ ଜିତି ସାଂସଦ ହୋଇଛନ୍ତି।