ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜାମ୍ମୁକାଶ୍ମୀରରେ ଅଖିଳେଶଙ୍କ ସପାକୁ ବଡ ଝଟକା, ମିଳିଲା NOTA ଠାରୁ ବି କମ୍ ଭୋଟ୍...

Published By : Ladu Kishor | October 8, 2024 6:35 PM

ନୂଆଦିଲ୍ଲୀ: ହରିୟାଣା ଏବଂ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଛି । ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବାବେଳେ ଜାମ୍ମୁ କାଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍‌ସ ମିଳିତ ମଞ୍ଚକୁ ସଂଖ୍ୟାଗରିଷ୍ଠତା ମିଳିଛି । ତେବେ ଜାମ୍ମୁ କାଶ୍ମୀର ନିର୍ବାଚନରେ ସମାଜବାଦି ପାର୍ଟିକୁ ସବୁଠାରୁ ବଡ ଝଟକା ଲାଗିଛି । ଉତ୍ତରପ୍ରଦେଶ ବାହାରେ ନିଜ ଦଳକୁ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଅଖିଳେଶ ଯାଦବ ଜାମ୍ମୁ କାଶ୍ମୀରର ୨୦ ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ସେଥିମଧ୍ୟରୁ ୫ ଟି ଆସନ ଜାମ୍ମୁରେ ଏବଂ ୧୫ ଟି ଆସନ କାଶ୍ମୀରରେ ଥିଲା। ତେବେ ସମାଜବାଦୀ ପାର୍ଟି ଗୋଟିଏ ଆସନରେ ମଧ୍ୟ ନିର୍ବାଚନରେ ଜିତିବାରେ ସଫଳ ହୋଇନାହିଁ ।

ଟ୍ରେଣ୍ଡ ଅନୁଯାୟୀ ସମାଜବାଦୀ ପାର୍ଟି ୦.୧୪ ପ୍ରତିଶତ ଭୋଟ୍ ପାଇଛି, ଯାହା NOTA ଠାରୁ କମ୍ ଅଟେ । ଜାମ୍ମୁ କାଶ୍ମୀରରେ NOTA ୧.୪୮ ପ୍ରତିଶତ ଭୋଟ୍ ପାଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଚମତ୍କାର ପ୍ରଦର୍ଶନ କରିଥିବା ସମାଜବାଦୀ ପାର୍ଟି ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । 

ଜାମ୍ମୁ କାଶ୍ମୀରରେ ଏପର୍ଯ୍ୟନ୍ତ ଚାଲିଥିବା ଟ୍ରେଣ୍ଡରେ କଂଗ୍ରେସ-ଏନସି ମିଳିତ ମଞ୍ଚ ୪୮ଟି ଏବଂ ବିଜେପି ୨୯ ଟି ଆସନ ପାଇଥିବା ଜଣାପଡିଛି । ଅନ୍ୟମାନେ ୧୩ ଟି ଆସନ ପାଇବେ ବୋଲି ଆଶା କରାଯାଉଛି  ଜାମ୍ମୁ କାଶ୍ମୀରରେ ଏପର୍ଯ୍ୟନ୍ତ ବିଜେପିର ସର୍ବୋତ୍ତମ ପ୍ରଦର୍ଶନ ରହିଛି । ଏହାପୂର୍ବରୁ ୨୦୧୪ ନିର୍ବାଚନରେ ବିଜେପି ୨୪ ଟି ଆସନ ଜିତିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.