ପ୍ରମୂଖ ଖବର
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର, ସୂଚନା ଦେଲେ ଡାକ୍ତର ରମାକାନ୍ତ ପଣ୍ଡା
  • ||
  • ଆମେରିକାର ରାଗ ଇସ୍ରାଏଲ ଉପରେ ସୁଝାଇଲା ଇରାନ୍‌, ଅନେକ ସହରକୁ ମିସାଇଲ ମାଡ଼
  • ||
  • ପହଲଗାମ ଆକ୍ରମଣରେ ଏନ୍‌ଆଇଏକୁ ସଫଳତା, ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ
  • ||
  • ବଲାଙ୍ଗୀର : ଜମିବାଡ଼ି ବିବାଦ ନା ଗୁଣି ଗାରେଡ଼ିରୁ ହତ୍ୟା? ଖୁଜେନ ଗାଁରେ ଗଡ଼ିଲା ମୁଣ୍ଡ
  • ||
  • ବିଜାପୁରରେ ମାଓ ହିଂସା, ପୁଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା
  • ||
  • ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ
  • ||
  • ଜଗତସିଂହପୁର : ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ଗଞ୍ଜାମ : ମଥୁରା କେଦାରେଶ୍ୱର ମନ୍ଦିରରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଗଞ୍ଜାମ : ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ
  • ||
  • ବାଲେଶ୍ୱର : ଟଳିଲା ବନ୍ୟା ସ୍ଥିତି; ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ଗାଁରେ ରହିଛି ପାଣି
  • ||
  • ବ୍ରାଜିଲରେ ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ନିମିଷକେ ଚାଲିଗଲା ୮ ଜୀବନ, ୧୩ ଗୁରୁତର
  • ||
  • ଇରାନ୍ ଉପରେ ଆମେରିକାର ହମଲା; ୩ଟି ପରମାଣୁ ଠିକଣା ଉପରେ ଆକ୍ରମଣ
  • ||
  • ରବିବାର ହାଲୁକା ବର୍ଷା ସମ୍ଭାବନା,୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି, ୨୬ରୁ କମିପାରେ
  • ||

ଅଧାରେ ଅଟକିଛି ଅକ୍ଷୟଙ୍କ ଫିଲ୍ମ, ଅର୍ଥ ସାଜିଛି ବାଧକ

Published By : Krishna Priya | June 22, 2025 11:37 AM

ନୂଆଦିଲ୍ଲୀ ୨୨/୦୬: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହେରାଫେରି ୩’ ଅଧାରେ ଅଟକିଛି ।  ଫିଲ୍ମଟି ପୂରା ହୋଇପାରିବ କି ନାହିଁ ବର୍ତ୍ତମାନ କହି ହେଉନାହିଁ । ପରେଶ ରାୱଲ  ଏହି ଫିଲ୍ମରୁ ନିଜକୁ ବାହାର କରିଆଣିବା ସହିତ ଅଗ୍ରୀମ ସମସ୍ତ ପ୍ରାପ୍ୟ ସୁଧ ସହିତ  ଫେରସ୍ତ କରିଦେଇଛନ୍ତି । ଏବେ ଶୁଣିବାକୁ ମିଳିଛି ଅକ୍ଷୟଙ୍କ ଆଉ ଗୋଟିଏ ଫିଲ୍ମ  ‘ୱେଲକମ୍‌ ୩’ ଯାହା ‘ୱେଲକମ୍‌ ଟୁ ଜଙ୍ଗଲ୍‌’ ନାମରେ ରିଲିଜ୍‌ ହୋଇଥାଆନ୍ତା,  ତାହା ବି ସଂପୂର୍ଣ୍ଣ ହୋଇପାରିବ କି ନାହିଁ ସନ୍ଦେହ । କୁହାଯାଉଛି ଏଥିରେ ଅଭିନୟ କରିବାକୁ ଥିବା ଅଭିନେତା, ଅଭିନେତ୍ରୀମାନେ  ନିଜର ସମସ୍ତ ପ୍ରାପ୍ୟ ପାଇବା ପରେ ଅଭିନୟ ଜାରି ରଖିବେ  ବୋଲି କହିବାରୁ ଫିଲ୍ମଟି ସଂପୂର୍ଣ୍ଣ ହେବା ପାଇଁ ଆର୍ଥିକ ସମସ୍ୟା  ଉପୁଜିଛି ।

‘ୱେଲକମ୍‌ ୩’ର ଏକ ବଡ଼ ଅଂଶର ସୁଟିଂ ଏବେ  ବି ବାକି ଅଛି । ଶେଷଥର ପାଇଁ ଗତ ବର୍ଷ ଅଗଷ୍ଟ ମାସରେ  ଏହି ଫିଲ୍ମର କିଛି ଦୃଶ୍ୟର ସୁଟିଂ କରାଯାଇଥିଲା । କିନ୍ତୁ ତାହା  ପରଠାରୁ ଫିଲ୍ମର ପରବର୍ତ୍ତୀ ଅଂଶ କେବେ ଓ କେଉଁଠି ସୁଟ୍‌ କରାଯିବ କିଛି ନିଷ୍ପତ୍ତି ନିଆଯାଇପାରୁନି । ଏହି   ଫିଲ୍ମ ପାଇଁ ଅକ୍ଷୟ କୁମାର ୮୦ ପ୍ରତିଶତ ଅର୍ଥ ବିନିଯୋଗ କରିଥିବା ବେଳେ ବାକି ୨୦ ପ୍ରତିଶତ ଫିରୋଜ ନାଡିୱାଦୱାଲା କରିଛନ୍ତି । ରିପୋର୍ଟ ଅନୁସାରେ ଏହି ଫିଲ୍ମରେ  ଅଭିନୟ କରୁଥିବା ଅଭିନେତାମାନଙ୍କ ପ୍ରାପ୍ୟର ୧୦ ପ୍ରତିଶତ ବି ସେମାନଙ୍କୁ  ମିଳିନି । ତେଣୁ ଅଭିନେତାମାନେ  ବକେୟା ଅର୍ଥ ପାଇଁ ଦାବି କରୁଛନ୍ତି । 

‘ୱେଲକମ୍‌ ୩’ ଏକ ମଲ୍ଟିଷ୍ଟାରର୍‌  ମୁଭି । ଏଥିରେ ପ୍ରାୟ ୨୭ଜଣ  ଅଭିନେତା, ଅଭିନେତ୍ରୀ ଅଭିନୟ  କରିଥିବାରୁ ପ୍ରତ୍ୟେକଙ୍କ ପାଇଁ ସ୍କ୍ରିନ୍‌ ସ୍ପେସ୍‌ର ଅଭାବ ସମସ୍ୟା ସାଜିଛି ।  ଫିଲ୍ମଟିର ସୁଟିଂ ଅଧା ଥିବା ବେଳେ  ଅକ୍ଷୟ ‘ହାଉସଫୁଲ୍‌ ୫’ର ସୁଟିଂ   ସାରିଥିଲେ । ‘ହାଉସଫୁଲ୍‌ ୫’ ବକ୍ସ  ଅଫିସରେ ଆଶାନୁରୂପ ପ୍ରଦର୍ଶନ  କରିନି । ଏବେ ଅକ୍ଷୟ ‘ଭୂତ ବଂଗଲା’  ଏବଂ ଆଉ ଏକ ନୂଆ ପ୍ରୋଜେକ୍ଟ ପାଇଁ କାମ ଆରମ୍ଭ   କରିଦେଇଛନ୍ତି । ତେବେ ଏହି ଦୁଇଟି ଫିଲ୍ମ ପାଇଁ ଅର୍ଥ  ଏକ ବଡ଼ ସମସ୍ୟା ସାଜିଛି । ସିନେ ସମୀକ୍ଷକମାନେ  କହୁଛନ୍ତି ଅକ୍ଷୟ ଏବେ ଅଧିକ ଫିଲ୍ମ ନ କରି କେବଳ  ଅଭିନୟ ଉପରେ ଗୁରୁତ୍ୱ ଦେବା ଉଚିତ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.