ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଅକ୍ଷୟ ନାନାବତୀଙ୍କ ଦୁଃସାହସିକ ଚ୍ୟାଲେଞ୍ଜ୍‌: ଆଣ୍ଟାର୍କଟିକାରେ ଏକାକୀ ବିତାଇବେ ୧୧୦ ଦିନ, ୨,୭୦୦ କିମି ସ୍କିଂ

Published By : Krishna Priya | November 13, 2024 1:29 PM

ନୂଆଦିଲ୍ଲୀ ୧୩/୧୧: ବିପଦପୂର୍ଣ୍ଣ ରୋମାଞ୍ଚକର ଯାତ୍ରା ଓ ମାନବ ଧୈର୍ଯ୍ୟର ସଦ୍ୟ ଉଦାହରଣ ହେଉଛନ୍ତି ଡେୟାରଡେଭିଲ୍‌ ଅକ୍ଷୟ ନାନାବତୀ । ଭାରତ-ଆମେରିକୀୟ ପୂର୍ବତନ ନୌ କର୍ମଚାରୀ, ଧାବକ ଓ ଲେଖକ ଅକ୍ଷୟ ନିଜ ଜୀବନର ସବୁଠୁ ଦୁଃସାହସିକ ଚ୍ୟାଲେଞ୍ଜ୍‌ ହାତକୁ ନେଇଛନ୍ତି । ଆଣ୍ଟାର୍କଟିକାର ବରଫ ଭୂଖଣ୍ଡରେ ସେ ଏକାକୀ ୧୧୦ ଦିନର ସ୍କି ଅଭିଯାନର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏ ଅଞ୍ଚଳର ଭୟାନକ ଚଟାଣ ଓ ବିଯୁକ୍ତ ୪୦ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚୁଥିବା ବିପଦପୂର୍ଣ୍ଣ ତାପମାତ୍ରାକୁ ଖାତିର ନ କରି ଅକ୍ଷୟ ଏକାକୀ ଏହି ଦୁଃସାହସିକ ଯାତ୍ରା ପୂରଣ କରିଥିବା ପ୍ରଥମ ବ୍ୟକ୍ତି ହେବାର ଲକ୍ଷ୍ୟ ଉପରେ ଦୃଢ଼ ଫୋକସ୍‌ କରିଛନ୍ତି । 




ସବୁଠୁ ଥଣ୍ଡା, ଶୁଷ୍କ ଓ ପୃଥିବୀର ସବୁଠୁ ତୀବ୍ର ପବନ ପ୍ରବାହିତ ହେଉଥିବା ମହାଦେଶର ଗୋଟିଏ ତଟରୁ ଅନ୍ୟ ତଟକୁ ସ୍କି ମାଧ୍ୟମରେ ୨୭୦୦ କିମି ଦୂରତା ଅତିକ୍ରମ କରିବା ତାଙ୍କର ଲକ୍ଷ୍ୟ । ତେବେ, ଏହା ଅକ୍ଷୟଙ୍କର ପ୍ରଥମ ଚ୍ୟାଲେଞ୍ଜ୍‌ ନୁହେଁ । ଆଣ୍ଟାର୍କଟିକାର ବିପଦପୂର୍ଣ୍ଣ ଆକ୍ସେଲ ହେଇବର୍ଗ ଗ୍ଲେସିଅର ଉପରେ ସ୍କି କରିଥିବା ୫୦ରୁ କମ୍‌ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ସେ ସାମିଲ । ବର୍ତ୍ତମାନ ଏହି ବରଫ ମହାଦେଶରେ ୧୧୦ ଦିନର ବିପଦପୂର୍ଣ୍ଣ ଯାତ୍ରା ପାଇଁ ସେ ଖବରର ଶିରୋନାମା ହୋଇଛନ୍ତି । ଆଣ୍ଟାର୍କଟିକା ମିଶନ୍‌ରେ ତାଙ୍କୁ ସର୍ବନିମ୍ନ ତାପମାତ୍ରାରେ ଦିନକୁ ୧୨ ଘଣ୍ଟା ସ୍କିଂ କରିବାକୁ ପଡ଼ିବ । ଏହା ତାଙ୍କ ଧୈର୍ଯ୍ୟ, ସାହାସ ଓ ମାନସିକ ସାମର୍ଥ୍ୟର ପରୀକ୍ଷା ନେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.