ମୁମ୍ୱାଇ,୧୦/୦୩: ଜୁଲାଇ ୧୦ରେ ମୁକ୍ତିଲାଭ କରିବାକୁ ଯାଉଛି ଆଲିୟା ଭଟ୍ଟଙ୍କ ସ୍ପାଇ ୟୁନିଭର୍ସ ଫିଲ୍ମ ‘ଅଲ୍ଫା’। ଏନେଇ ୟଶରାଜ ଫିଲ୍ମସ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଶର୍ଭରୀ ୱାଗ, ଅନିଲ କପୁର ଓ ବବି ଦେଓଲ । ୨୦୨୫ରେ ଫିଲ୍ମ ମୁକ୍ତିଲାଭ କରିଥାନ୍ତା, କିନ୍ତୁ ପରେ ଏହାର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଗଲା । ଫିଲ୍ମକୁ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ କରାଯିବ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା ।
ଆହୁରି ପଢନ୍ତୁ- କାନ୍ଦି କାନ୍ଦି କ୍ଷମା ମାଗିଲେ ସୁନିଦ୍ଧି ଚୌହ୍ବାନ, ଭାଇରାଲ ହେଉଛି ଭିଡିଓ
ରିପୋର୍ଟ ଅନୁସାରେ, ନିର୍ମାତା ନେଟ୍ଫ୍ଲିକ୍ସର ୨୧୫ କୋଟିର ଅଫର୍ ଗ୍ରହଣ କଲେ ନାହିଁ । ଫିଲ୍ମରେ ପ୍ରଥମ ଥର ଆଲିୟା ଓ ଶର୍ଭରୀ ମୁଖ୍ୟ ଭୂମିକା ନିର୍ବାହ କରିବେ । ପରଦାରେ ଉଭୟଙ୍କର ଦମ୍ଦାର ଆକ୍ସନ୍ ସିକ୍ୱେନ୍ସ ଦେଖିବାକୁ ମିଳିବ । ତେବେ ନିର୍ମାତା ଅଦ୍ୟାବଧି ଫିଲ୍ମର ଚରିତ୍ରମାନଙ୍କ ବିଷୟରେ କୌଣସି ସୂଚନା ଦେଇନାହାନ୍ତି । ହିନ୍ଦୀ ସମେତ ତାମିଲ ଓ ତେଲୁଗୁରେ‘ଆଲ୍ଫା’ ମୁକ୍ତିଲାଭ କରିବ । ସ୍ପାଇ ୟୁନିଭର୍ସର ପ୍ରଥମ ମହିଳା-କୈନ୍ଦ୍ରିକ ଫିଲ୍ମ ହୋଇଥିବାରୁ ନିର୍ମାତା ଏହାକୁ ନେଇବହୁତ ଆଶାବାଦୀ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶିବରୱେଲ, ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆଦିତ୍ୟ ଚୋପ୍ରା ।