ନୂଆଦିଲ୍ଲୀ, ୨୫।: ଯଦି ପରିବାର କି ସମ୍ପର୍କୀୟଙ୍କୁ ଶେଷ ଥର ପାଇଁ ଭେଟିବାକୁ ଚାହୁଁଛନ୍ତି, ତେବେ ଅକ୍ଟୋବର ୨୯ ତାରିଖ ପୂର୍ବରୁ ତୁରନ୍ତ ଦେଖାକରନ୍ତୁ । କାରଣ ଏହି ତାରିଖ ପରେ ବୋଧହୁଏ ପୃଥିବୀରୁ ମଣିଷର ସତ୍ତା ଲୋପ ପାଇପାରେ । କେତେବେଳେ, କୌଣସି ମୁହୂର୍ତ୍ତରେ ବି ଦୁଇଫାଳ ହୋଇପାରେ ପୃଥିବୀ । ଏବେ ଆମେ ଏଲିଅନଙ୍କ ଟାର୍ଗେଟରେ । ଲୋକେ ଘରେ ବସିଥିବେ, ଅଫିସରେ କାମ କରୁଥିବେ, ଦେଖୁ ଦେଖୁ ଆଖି ପିଛୁଳାକେ ଧ୍ୱଂସ ହେବ ପୃଥିବୀ ! ଏକଥା ଆମେ କହୁନୁ, ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ଆମେରିକା ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଜ୍ୟୋତିର୍ବିଜ୍ଞାନୀ ଅଭି ଲୋଏବ୍ । ବୈଜ୍ଞାନିକ ଦାବି କରିଛନ୍ତି ଯେ, ଏହି ମାସର ୨୯ ଅକ୍ଟୋବରରେ ହିଁ ଏଲିଏନ୍ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି । ଏଥିପାଇଁ କେବଳ ୩ ଦିନ ବାକି ଅଛି । ଏହା ଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ ଅଭି ଲୋଏବ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଆପଣ ଅକ୍ଟୋବର ୨୯ ପୂର୍ବରୁ ଆପଣଙ୍କର ଛୁଟି ମନାଇବାକୁ ଚାହାଁନ୍ତି ତେବେ ଆପଣ ଯେତେ ଥଟ୍ଟାମଜା କରିବା କଥା କରିନିଅନ୍ତୁ, କାରଣ ଏଲିଏନ୍ ଆକ୍ରମଣ ପରେ ଆମ ସହ କଣ ହେବ ତାହା କେହି ବି ଜାଣିନାହାନ୍ତି ।

ବୈଜ୍ଞାନିକଙ୍କ ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ବୈଜ୍ଞାନିକ ଆନୁମାନିକ ଭାବେ ଏହି ତଥ୍ୟ ଦେଇନାହାଁନ୍ତି ବରଂ ପୂର୍ବରୁ ଏଲିଏନ୍ ସମ୍ପର୍କିତ ଅନେକ ବ୍ୟାପକ ଗବେଷଣା କରି ଏଭଳି ରିପୋର୍ଟ ଦେଇଛନ୍ତି । ତଥାପି ବିଶ୍ୱର ଅଧିକାଂଶ ଅନ୍ୟ ବୈଜ୍ଞାନିକ ଏହାକୁ ଅବାନ୍ତର ବୋଲି କହୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଆଭି ଲୋଏବ ଦାବି କରିଛନ୍ତି ଯେ ପୃଥିବୀର ନିକଟତର ହେଉଥିବା 3I/ATLAS ଏକ ଧୂମକେତୁ ସଦୃଶ, କିନ୍ତୁ ଏହା ଏକ ସାଧାରଣ ଧୂମକେତୁ ନୁହେଁ, ବୋଧହୁଏ ଏଲିଏନଙ୍କ ପ୍ରଯୁକ୍ତିବିଦ୍ୟା ହୋଇପାରେ । ମେନହାଟନ ଆକାରର ଏହି ରହସ୍ୟମୟ ଅନ୍ତଃନକ୍ଷତ୍ରୀୟ ପିଣ୍ଡ ମହାକାଶରେ ଜୁଲାଇ ମାସରୁ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି । ଯାହାକୁ ନେଇ ଏବେ ସାରା ବିଶ୍ୱବାସୀ ଏବେ ଚିନ୍ତାରେ ।

ଅଧିକାଂଶ ବୈଜ୍ଞାନିକ ଏହାକୁ ଏକ ଧୂମକେତୁ ବୋଲି ବିବେଚନା କରୁଛନ୍ତି । କିନ୍ତୁ, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନ ପ୍ରଫେସର ଆଭି ଲୋଏବ ବିଶ୍ୱାସ କରନ୍ତି ଯେ, ଏହା ଏକ ଏଲିଏନ୍ ମହାକାଶଯାନ ହୋଇପାରେ । ଯାହା ମାନବଜାତିକୁ ରକ୍ଷା କରିବାକୁ କିମ୍ବା ନଷ୍ଟ କରିବାକୁ ଆସୁଛି । ଯଦି ପ୍ରକୃତରେ ଏହା ଏକ ଏଲିଏନ୍ ମହାକାଶଯାନ ତେବେ ଏହା ଅକ୍ଟୋବର ୨୯ ତାରିଖରେ ସୂର୍ଯ୍ୟର ସବୁଠାରୁ ନିକଟତର ହେବ । ଆଉ ସେହି ସମୟରେ ହିଁ ଏକ ବଡ଼ ଆକ୍ରମଣ ହୋଇପାରେ । ଅନ୍ୟପଟେ ପ୍ରଫେସର ଲୋଏବ୍ ଏଲିଏନ୍ ସମ୍ଭାବନାକୁ ଗମ୍ଭୀରତାର ସହ ନେଉଥିବାବେଳେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ କ୍ରିସ୍ ଲିଣ୍ଟଟ୍ ତାଙ୍କର ଦାବିକୁ ସମ୍ପୂର୍ଣ୍ଣ ଅବାନ୍ତରବୋଲି କହିଛନ୍ତି । ନାସା ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛି । ନାସା କହିଛି ଯେ, 3I/ATLAS ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରେ ନାହିଁ । ଏହା ସୁରକ୍ଷିତ ଭାବରେ ସୌରଜଗତ ଦେଇ ଗତି କରିବ । ତଥାପି, ପ୍ରଫେସର ଲୋଏବଙ୍କ ଚେତାବନୀ ବିଶ୍ୱବ୍ୟାପୀ କୌତୁହଳ ଏବଂ ଚିନ୍ତା ସୃଷ୍ଟି କରିଛି । ଯାହାପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ମାନବଜାତି ଏଥିପାଇଁ ପ୍ରସ୍ତୁତ ? ଆଉ ଯଦି ନୁହେଁ ତେବେ ଏହି ଆକ୍ରମଣରେ ମାନବଜାତି କସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ? ଏ କଥା କେତେ ସତ କେତେ ମିଛ ତାହା ୨୯ ଅକ୍ଟୋବର ପରେ ହିଁ ଜଣାପଡ଼ିବ ।