ନୂଆଦିଲ୍ଲୀ,୦୮/୧୧: ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ସଂରକ୍ଷଣ ଷ୍ଟାଟସ୍ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସଂଖ୍ୟାଲଘୁ ଷ୍ଟାଟର୍ସକୁ ଖାରଜ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧକ୍ଷତାରେ ୭ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ବିଶ୍ବବିଦ୍ୟାଳୟର ସଂଖ୍ୟାଲଘୁ ଷ୍ଟାଟସକୁ ନୂଆ କରି ତିଆରି କରିବା ନେଇ ୩ ଜଣିଆ ବିଚାରପତିଙ୍କ ଏକ ବେଞ୍ଚ ଗଠନ ହେବ। ଏକ ନୂଆ ବେଞ୍ଚ ଏହାର ବିଚାର କରିବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, '' ଏବେ ନୂଆ ଖଣ୍ଡପୀଠ ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ସଂଖ୍ୟାଲଘୁ ଷ୍ଟାଟସ୍ ମାନଦଣ୍ଡ ପ୍ରସ୍ତୁତ କରିବେ । ମାମଲାରେ ସିଜେଆଇଙ୍କ ସମେତ ୪ ବିଚାରପତି ଗୋଟିଏ ମତ ଦେଇଥିବାବେଳେ ୩ ଜଣ ବିଚାରପତି ବିରୋଧ କରିଥିଲେ । ମାମଲାରେ ସିଜେଆଇ, ଜଷ୍ଟିସ ପାରଦୀବାଲା ସହମତି ପ୍ରକାଶ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ସତିଶ ଚନ୍ଦ୍ର ଶର୍ମା ଅସହମତି ପ୍ରକାଶ କରିଥିଲେ । କୋର୍ଟ ୪-୩ ବହୁମତରେ ୧୯୬୭ର ନିଷ୍ପତ୍ତିକୁ ଖାରଜ କରିଛନ୍ତି ।

ଇତିହାସ ଏବଂ ବିବାଦ-

ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ୧୮୭୫ରେ ସୟଦ ଅହମଦ ଖାନଙ୍କ ଦ୍ବାରା ସ୍ଥାପିତ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ମୁସଲିମମାନଙ୍କ ଶୈକ୍ଷିକ ଉନ୍ନତି । ୧୯୨୦ରେ ଏହା ବିଶ୍ଵବିଦ୍ୟାଳୟର ମାନ୍ୟତା ମିଳିଥିଲା । ଏହା ନାମ ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ରଖାଯାଇଥିଲା । ଏଏମୟୁ ଅଧିନିୟମ ୧୯୨୦ରେ ୧୯୫୧ ଏବଂ ୧୯୬୫ରେ ମିଳିଥିବା ଆଇନଗତ ଚ୍ୟାଲେଞ୍ଜରୁ ବିବାଦ ମୁଣ୍ଡ ଟେକିଥିଲା । ୧୯୬୭ରେ ସୁପ୍ରିମକୋର୍ଟ କହିଥିଲେ ଏଏମୟୁ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ । ଏହା ସଂଖ୍ୟାଲଘୁ ସଂସ୍ଥାନ ହୋଇପାରିବ ନାହିଁ । କୌଣସି ଶୈକ୍ଷିକ ଅନୁଷ୍ଠାନକୁ ଅଳ୍ପସଂଖ୍ୟକ ଅନୁଷ୍ଠାନ କହିବା ନେଇ ମାନଦଣ୍ଡ କଣ ରହିଛି ? ଦେଶର ବିଭିନ୍ନ ସମୁଦାୟ ଶୈକ୍ଷକ ଅନୁଷ୍ଠାନ ପ୍ରତିଷ୍ଠା କରି ପାରବେ ମାତ୍ର ଏହାର ପରିଚାଳନା କରି ପାରିବେ ନାହିଁ । ଏ ନେଇ ସେମାନଙ୍କୁ କୌଣସି ଅଧିକାର ଦିଆଯାଇ ନାହିଁ ।