ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଧନୁଷଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ ନୟନତାରା, ୩ ସେକେଣ୍ଡ୍‌ର ଭିଜୁଆଲ ଚୋରି ନେଇ ଆଣିଲେ ଅଭିଯୋଗ

Published By : Anindita Ratha | November 17, 2024 3:27 PM

ମୁମ୍ବାଇ,୧୭/୧୧;ସାଉଥ ଅଭିନେତା ଧନୁଷଙ୍କ ଉପରେ ବର୍ଷିଛନ୍ତି ଅଭିନେତ୍ରୀ ନୟନତାରା ।  ଡକ୍ୟୁମେଣ୍ଟାରୀ  ‘ନୟନତାରା: ବିୟଣ୍ଡ ଦ ଫେୟରୀ ଟେଲ୍‌’ବିବାଦକୁ ନେଇ ବର୍ଷିଛନ୍ତି ଅଭିନେତ୍ରୀ । ଏଥିରେ ପ୍ରଦର୍ଶିତ ୩ ସେକେଣ୍ଡ୍‌ର ଦୃଶ୍ୟ ବିରୋଧରେ ଧନୁଷ ଅଭିଯୋଗ  ଆଣିଥିଲେ । ଏଥିସହ ତାଙ୍କୁ   ୧୦ କୋଟି ଟଙ୍କାର ଲିଗାଲ ନୋଟିସ୍‌ ମଧ୍ୟ ପଠାଇଥିଲେ ଧନୁଷ । ଯାହାର ପ୍ରତିଉତ୍ତରରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଖୋଲା ଚିଠି ଲେଖିଛନ୍ତି । 

ଯେଉଁଥିରେ ସେ ଲେଖିଛନ୍ତି ଯେ, ଆପଣ ନିଜର ପରିବାର ପାଇଁ ଅଭିନେତା ହୋଇଛନ୍ତି । କିନ୍ତୁ  ମୁଁ ମୋ ପରିଶ୍ରମରେ ହୋଇଛି। ମୋର କେହି ଗଡ୍‌ଫାଦର ନାହାଁନ୍ତି ।  ମୋ ଫ୍ୟାନ୍‌ ମୋର   ଡକ୍ୟୁମେଣ୍ଟାରୀକୁ  ଅପେକ୍ଷା କରିଛନ୍ତି । କିନ୍ତୁ ଆପଣଙ୍କ ମନୋଭାବ ଆମ କାମ ଉପରେ ବଡ଼  ପ୍ରଭାବ ପକାଇଛି । ଏହାର କ୍ଷତି ଆପଣଙ୍କୁ ମଧ୍ୟ  ଭରଣା କରିବାକୁ ପଡ଼ିବ ।  ଆପଣ ଯେଉଁ  ୩ ସେକେଣ୍ଡ୍‌ର ଦୃଶ୍ୟ ପାଇଁ ୧୦ କୋଟି  ଟଙ୍କାର ଲିଗାଲ ନୋଟିସ୍‌ ପଠାଇଛନ୍ତି,  ତା’ର ନିଷ୍ପତ୍ତି ଏଥର କୋର୍ଟରେ ହେବ। ଆପଣଙ୍କ ନୋଟିସ୍‌ର ଜବାବ ଆଇନ  ମାଧ୍ୟମରେ ଦିଆଯିବ। ପ୍ରକାଶ ଥାଉକି,  ଡକ୍ୟୁମେଣ୍ଟାରୀ ‘ନୟନତାରା: ବିୟଣ୍ଡ ଦ ଫେୟରୀ ଟେଲ୍‌’ ପାଇଁ ଧନୁଷଙ୍କଠୁ   ତାଙ୍କର ଫିଲ୍ମ ‘ନାନୁମ ରାଉଡ଼ି ଧାନ’ର  ଗୀତ ଓ ଭିଜୁଆଲ୍‌ ବ୍ୟବହାର ଲାଗି  ଅନୁମତି ମାଗିଥିଲେ ନୟନତାରା । ହେଲେ ଅଭିନେତା ଧନୁଷ ତାଙ୍କୁ ଅନୁମତି ଦେଇନଥିବା ବେଳେ ଡକ୍ୟୁମେଣ୍ଟାରୀର ଟ୍ରେଲ୍‌ର ଦେଖି  ୩  ସେକେଣ୍ଡ୍‌ର ଭିଜୁଆଲ ଚୋରି ଅଭିଯୋଗରେ  ସେ ନୟନତାରାଙ୍କୁ ୧୦ କୋଟି ଟଙ୍କାର  ଲିଗାଲ ନୋଟିସ୍‌ ପଠାଇଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.