ମୁମ୍ବାଇ,୧୭/୧୧;ସାଉଥ ଅଭିନେତା ଧନୁଷଙ୍କ ଉପରେ ବର୍ଷିଛନ୍ତି ଅଭିନେତ୍ରୀ ନୟନତାରା ।  ଡକ୍ୟୁମେଣ୍ଟାରୀ  ‘ନୟନତାରା: ବିୟଣ୍ଡ ଦ ଫେୟରୀ ଟେଲ୍‌’ବିବାଦକୁ ନେଇ ବର୍ଷିଛନ୍ତି ଅଭିନେତ୍ରୀ । ଏଥିରେ ପ୍ରଦର୍ଶିତ ୩ ସେକେଣ୍ଡ୍‌ର ଦୃଶ୍ୟ ବିରୋଧରେ ଧନୁଷ ଅଭିଯୋଗ  ଆଣିଥିଲେ । ଏଥିସହ ତାଙ୍କୁ   ୧୦ କୋଟି ଟଙ୍କାର ଲିଗାଲ ନୋଟିସ୍‌ ମଧ୍ୟ ପଠାଇଥିଲେ ଧନୁଷ । ଯାହାର ପ୍ରତିଉତ୍ତରରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଖୋଲା ଚିଠି ଲେଖିଛନ୍ତି । 

ଯେଉଁଥିରେ ସେ ଲେଖିଛନ୍ତି ଯେ, ଆପଣ ନିଜର ପରିବାର ପାଇଁ ଅଭିନେତା ହୋଇଛନ୍ତି । କିନ୍ତୁ  ମୁଁ ମୋ ପରିଶ୍ରମରେ ହୋଇଛି। ମୋର କେହି ଗଡ୍‌ଫାଦର ନାହାଁନ୍ତି ।  ମୋ ଫ୍ୟାନ୍‌ ମୋର   ଡକ୍ୟୁମେଣ୍ଟାରୀକୁ  ଅପେକ୍ଷା କରିଛନ୍ତି । କିନ୍ତୁ ଆପଣଙ୍କ ମନୋଭାବ ଆମ କାମ ଉପରେ ବଡ଼  ପ୍ରଭାବ ପକାଇଛି । ଏହାର କ୍ଷତି ଆପଣଙ୍କୁ ମଧ୍ୟ  ଭରଣା କରିବାକୁ ପଡ଼ିବ ।  ଆପଣ ଯେଉଁ  ୩ ସେକେଣ୍ଡ୍‌ର ଦୃଶ୍ୟ ପାଇଁ ୧୦ କୋଟି  ଟଙ୍କାର ଲିଗାଲ ନୋଟିସ୍‌ ପଠାଇଛନ୍ତି,  ତା’ର ନିଷ୍ପତ୍ତି ଏଥର କୋର୍ଟରେ ହେବ। ଆପଣଙ୍କ ନୋଟିସ୍‌ର ଜବାବ ଆଇନ  ମାଧ୍ୟମରେ ଦିଆଯିବ। ପ୍ରକାଶ ଥାଉକି,  ଡକ୍ୟୁମେଣ୍ଟାରୀ ‘ନୟନତାରା: ବିୟଣ୍ଡ ଦ ଫେୟରୀ ଟେଲ୍‌’ ପାଇଁ ଧନୁଷଙ୍କଠୁ   ତାଙ୍କର ଫିଲ୍ମ ‘ନାନୁମ ରାଉଡ଼ି ଧାନ’ର  ଗୀତ ଓ ଭିଜୁଆଲ୍‌ ବ୍ୟବହାର ଲାଗି  ଅନୁମତି ମାଗିଥିଲେ ନୟନତାରା । ହେଲେ ଅଭିନେତା ଧନୁଷ ତାଙ୍କୁ ଅନୁମତି ଦେଇନଥିବା ବେଳେ ଡକ୍ୟୁମେଣ୍ଟାରୀର ଟ୍ରେଲ୍‌ର ଦେଖି  ୩  ସେକେଣ୍ଡ୍‌ର ଭିଜୁଆଲ ଚୋରି ଅଭିଯୋଗରେ  ସେ ନୟନତାରାଙ୍କୁ ୧୦ କୋଟି ଟଙ୍କାର  ଲିଗାଲ ନୋଟିସ୍‌ ପଠାଇଛନ୍ତି ।