ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରାଜନେତା ଓ ବାବୁଙ୍କ କଳିରେ ସାଧାରଣ ଜନତାଙ୍କ ବଳି : ଦପ୍ତର ଅଚଳ, ଲୋକେ ହତାଶ

Published By : Rasmita Pradhan | July 3, 2025 8:49 AM

ଖାଁ ଖାଁ ଅଫିସ୍... ଛୁଟିରେ ସବୁ ବଡ଼ ବାବୁ। ଦପ୍ତର ଅଚଳ। ଖାଲି ପଡ଼ିଛି ଚେୟାର। କର୍ମଚାରୀ କି ଅଧିକାରୀ କେହି ନାହାଁନ୍ତି। ଲୋକଙ୍କ ସମସ୍ୟା ଶୁଣିବାକୁ କେହି ନାହାଁନ୍ତି। ସ୍ଥାଣୁ ପାଲଟି ଯାଇଛି ସରକାରୀ କଳ। ୨ ଦିନ ହେଲା ସବୁ ଅଚଳ। ରାଜ୍ୟରେ ନେତା ଓ ସରକାରୀ ବାବୁଙ୍କ ଲଢେଇରେ ବଳି ପଡ଼ୁଛନ୍ତି ସାଧାରଣ ଜନତା। ନେତାଏ ଶୁଣୁନାହାଁନ୍ତି, କର୍ମଚାରୀ କି ଅଧିକାରୀ ଜିଦ୍ ଛାଡ଼ୁନାହାଁନ୍ତି, କି କାମକୁ ଆସୁନାହାଁନ୍ତି। ବଢିଗଲାଣି ସାଧାରଣ ଲୋକଙ୍କ ଦୁର୍ଦ୍ଦଶା। ଏଠି କହିବ କାହାକୁ, ଶୁଣିବ କିଏ ? 

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ପ୍ରତିବାଦରେ ସମସ୍ତ ଓଏଏସ୍ ଏବଂ କର୍ମଚାରୀ ସମୂହ ଛୁଟିରେ। ସେମାନଙ୍କ ଦାବି, ଯେପର୍ଯ୍ୟନ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାନଯାଇଛି ଆନ୍ଦୋଳନରୁ ହଟିବେନି। ସବୁ ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥା ଜାରି। ସବ୍ ରେଜିଷ୍ଟାର ଅଫିସ୍, ତହସିଲ ଓ ଉପଜିଲ୍ଲାପାଳ ଅଫିସ୍, ଜିଲ୍ଲାପାଳଙ୍କ ଦପ୍ତର ଠାରୁ ନେଇ ଅଧିକାଂଶ ସରକାରୀ ଅଫିସରେ କାମ ଠପ୍। ଏପରିକି ରାଜ୍ୟ ପ୍ରଶାସନର ନାଭିକେନ୍ଦ୍ର ସଚ୍ଚିବାଳୟରେ ଗୋଟିଏ ବି ଫାଇଲ୍ ଘୁଞ୍ଚିନି। ସେପଟେ ସରକାରୀ ବାବୁମାନେ ଅଫିସ୍ ନଆସିବାରୁ ସମସ୍ତ ମୌଳିକ ସେବା ସୁବିଧା ବନ୍ଦ ହୋଇଯାଇଛି। ଏସବୁ ଭିତରେ ସାଧାରଣ ଲୋକେ ସନ୍ତୁଳି ହେଉଛନ୍ତି। ସେପଟେ ବାଲେଶ୍ଵର ବନ୍ୟାରେ ଉବୁଟୁବୁ ହେଉଛି ହେଲେ ରିଲିଫ୍ ଓ ସହାୟତା କାମରେ ପ୍ରଶାସନିକ ସହଯୋଗ ମିଳୁନି।

ଓଏଏସ୍ ସଂଘ କହୁଛି, ଦିନ ଦ୍ୱିପ୍ରହରେ ହୋଇଥିବା ଏହି ଆକ୍ରମଣ କେବଳ ଏକ ବ୍ୟକ୍ତି ଉପରେ ହୋଇନି ବରଂ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଗାରିମା ଓ ସମ୍ମାନ ଉପରେ ଏହି ଆକ୍ରମଣ ହୋଇଛି । ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ସବୁ ସରକାରୀ ଅଫିସରଙ୍କ ମନୋବଳ ଭାଙ୍ଗିଯିବ । ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହିଁ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକିବ । ରାଜ୍ୟର ସବୁ ଓଏଏସ୍‌ ଅଧିକାରୀ ଏହି ଘଟଣାକୁ ବିରୋଧ କରୁଛନ୍ତି । ଏଣୁ ସରକାର କାର୍ଯ୍ୟାନୁଷ୍ଠାନ ନ ନେବା ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.