ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଭିନ୍ନ ଦାବି ନେଇ ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ କଲେଜ ଫାଟକ ବନ୍ଦ କରି ଆନ୍ଦୋଳନ

Published By : Gurupada Nath | February 18, 2025 6:26 PM

ବ୍ରହ୍ମପୁର, ୧୮/୨ :   ବିଭିନ୍ନ ଦାବି ନେଇ ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ କଲେଜ ଫାଟକ ବନ୍ଦ କରି ଆନ୍ଦୋଳନ । ସମସ୍ତ ଓଡିଶା ଆୟୁଷ ଛାତ୍ର ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଇଛି । ହୋମୋଓପାଥିକ୍ ମେଡ଼ିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (H.M.S.A) ଏବଂ ଆୟୁର୍ବେଦିକ ମେଡ଼ିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (Α.Μ.S.A)  ମିଳିତ ଭାବେ ଆନ୍ଦୋଳନ କରିଛନ୍ତି । 

ବ୍ରହ୍ମପୁର ହୋମିଓପାଥିକ ଓ ଆଙ୍କୁଶପୁର ଆୟୁର୍ବେଦିକ କଲେଜ ଛାତ୍ର ସଙ୍ଘ ପକ୍ଷରୁ କଲେଜ ସମ୍ମୁଖରେ ଫାଟକ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି । ବିଭାଗୀୟ ନିର୍ଦେଶକ, ସେକ୍ସନ ଅଫିସର ଓ ନୋଡାଲ ଅଫିସର ତିନି ଜଣଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି । କିଛି ବର୍ଷ ହେବ କୌଣସି ଆୟୁର୍ବେଦିକ ନୋଡାଲ ଅଫିସର ନିଯୁକ୍ତି ହୋଇ ପାରୁନାହାନ୍ତି ।

ନିଜେ ଏଚଏମଓ ହୋଇ ମଧ୍ୟ ବିଗତ ଦୁଇ ବର୍ଷ ହେବ ରଥଯାତ୍ରାରେ ହୋମୀଓପାଥୀ ସ୍ବାସ୍ଥ୍ୟ ଶିବିର(HEALTHCAMP) କରାଇ ଦେଉନାହାନ୍ତି । ହୋମିଓପ୍ୟାଥ୍ ଔଷଧ ବିତରଣରେ ନିମ୍ନମାନ କରାଯାଉଥିଲା । ସଦାବେଳେ ଅଧ୍ୟକ୍ଷମାନଙ୍କଠାରୁ ଆରମ୍ଭ କରି ଡାକ୍ତର ଓ ଛାତ୍ର ସମସ୍ତଙ୍କୁ ଦୁର୍ବ୍ଯବହାର କରିଆସୁଛନ୍ତି । ଷ୍ଟାଇପେଣ୍ଡ ବୃଦ୍ଧି କରିବାରେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରୀ ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.