ଟାଙ୍ଗୀ, ୨୨।୩ : ଓଲଟିଲା ବସ୍ । ସମସ୍ତ ଯାତ୍ରୀ ଗୁରୁତର। ଆହତମାନଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ଜାତୀୟ ରାଜପଥର ପାଇକ କୁଶଡିହ ଗାଁ ଛକ ନିକଟରେ ଦୁର୍ଘଟଣା ଘଟିଛି।
ସିଲ୍କି ସିଟି ନାମକ ବସ ଯାଉଥିବା ବାଲୁଗାଁ ନିକଟସ୍ଥ ଜାତୀୟ ରାଜପଥର ପାଇକ କୁଶଡିହ ଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଯୁବଗୋଷ୍ଠୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି । ଆହତ ମାନଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ହୋଇଥିବା ବସ୍ ରେ ୪୦ ଜଣ ଯାତ୍ରୀ ଥିବା ଜଣାପଡିଛି ।