ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ପିଏଫ୍‌ ଉଠାଣ ନିୟମରେ ହେବ ପରିବର୍ତ୍ତନ, ଅବସର ପୂର୍ବରୁ ଉଠାଇହେବ ସବୁ ପିଏଫ୍‌ ଟଙ୍କା

Published By : Prameya | July 17, 2025 2:31 PM

ନୂଆଦିଲ୍ଲୀ,୧୭/୦୭:  ବେତନଭୋଗୀ କର୍ମଚାରୀ ଅବସର  ପୂର୍ବରୁ ନିଜ ପିଏଫ୍‌ ଅବସର ପାଣ୍ଠିରୁ  ସବୁ ଟଙ୍କା କିମ୍ବା ଏହାର ବଡ଼ ଭାଗ ଉଠାଇପାରିବେ । କେନ୍ଦ୍ର ସରକାର ପିଏଫ୍‌  ଉଠାଣ ନିୟମରେ ବଡ଼ ପରିବର୍ତ୍ତନ  ଆଣିବାକୁ ଯୋଜନା କରୁଛନ୍ତି ।

ଏକ  ରିପୋର୍ଟ ଅନୁସାରେ, ନୂଆ ନିୟମ  ଲାଗୁ ହେବା ପରେ ପ୍ରତି ୧୦ ବର୍ଷରେ  କର୍ମଚାରୀ ନିଜ ପିଏଫ୍‌ ଟଙ୍କାର ବଡ଼ ଭାଗ ଉଠାଇପାରିବେ । ବର୍ତ୍ତମାନ ନିୟମରେ  ଇପିଏଫ୍‌ର ସମ୍ପୂର୍ଣ୍ଣ ରାଶି କେବଳ  ଅବସର କିମ୍ବା ୨ ମାସ ପର୍ଯ୍ୟନ୍ତ ବେକାର  ରହିବା ପରେ ହିଁ ଉଠାଇପାରୁଛନ୍ତି ।  ଯଦି ନୂଆ ପ୍ରସ୍ତାବ ଲାଗୁ ହୁଏ, ତେବେ  ଇପିଏଫ୍‌ ସଦସ୍ୟ ପ୍ରତି ୧୦ ବର୍ଷରେ  ଥରେ ନିଜ ପିଏଫ୍‌ ଅବସର ପାଣ୍ଠିର  ବଡ଼ ଭାଗ(ସମ୍ଭାବ୍ୟ ୬୦% କିମ୍ବା ଅଧିକ)  ଉଠାଇପାରିବେ । ଫଳରେ ଲୋକେ  ନିଜ ଇଚ୍ଛାରେ ୩୦, ୪୦ କିମ୍ବା ଚାକିରି  ମଝିରେ ବି ପିଏଫ୍‌ ପାଣ୍ଠିର ବ୍ୟବହାର  ବଡ଼ ଆବଶ୍ୟକତା ପାଇଁ କରିପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.