ନୂଆଦିଲ୍ଲୀ,୧୭/୦୭:  ବେତନଭୋଗୀ କର୍ମଚାରୀ ଅବସର  ପୂର୍ବରୁ ନିଜ ପିଏଫ୍‌ ଅବସର ପାଣ୍ଠିରୁ  ସବୁ ଟଙ୍କା କିମ୍ବା ଏହାର ବଡ଼ ଭାଗ ଉଠାଇପାରିବେ । କେନ୍ଦ୍ର ସରକାର ପିଏଫ୍‌  ଉଠାଣ ନିୟମରେ ବଡ଼ ପରିବର୍ତ୍ତନ  ଆଣିବାକୁ ଯୋଜନା କରୁଛନ୍ତି ।

ଏକ  ରିପୋର୍ଟ ଅନୁସାରେ, ନୂଆ ନିୟମ  ଲାଗୁ ହେବା ପରେ ପ୍ରତି ୧୦ ବର୍ଷରେ  କର୍ମଚାରୀ ନିଜ ପିଏଫ୍‌ ଟଙ୍କାର ବଡ଼ ଭାଗ ଉଠାଇପାରିବେ । ବର୍ତ୍ତମାନ ନିୟମରେ  ଇପିଏଫ୍‌ର ସମ୍ପୂର୍ଣ୍ଣ ରାଶି କେବଳ  ଅବସର କିମ୍ବା ୨ ମାସ ପର୍ଯ୍ୟନ୍ତ ବେକାର  ରହିବା ପରେ ହିଁ ଉଠାଇପାରୁଛନ୍ତି ।  ଯଦି ନୂଆ ପ୍ରସ୍ତାବ ଲାଗୁ ହୁଏ, ତେବେ  ଇପିଏଫ୍‌ ସଦସ୍ୟ ପ୍ରତି ୧୦ ବର୍ଷରେ  ଥରେ ନିଜ ପିଏଫ୍‌ ଅବସର ପାଣ୍ଠିର  ବଡ଼ ଭାଗ(ସମ୍ଭାବ୍ୟ ୬୦% କିମ୍ବା ଅଧିକ)  ଉଠାଇପାରିବେ । ଫଳରେ ଲୋକେ  ନିଜ ଇଚ୍ଛାରେ ୩୦, ୪୦ କିମ୍ବା ଚାକିରି  ମଝିରେ ବି ପିଏଫ୍‌ ପାଣ୍ଠିର ବ୍ୟବହାର  ବଡ଼ ଆବଶ୍ୟକତା ପାଇଁ କରିପାରିବେ।