ନୂଆଦିଲ୍ଲୀ,୮।୪: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ଶେଖ ହାସିନାଙ୍କ ପାର୍ଟୀ ଆମାମୀ ଲିଗ୍ର ନେତାଙ୍କୁ କରାଯାଉଛି ଟାର୍ଗେଟ। ଏହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ବାଂଲାଦେଶରେ ଅନ୍ତିରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ଙ୍କ ଉପରେ ଟାର୍ଗେଟ କରିଛନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି, ଆଲ୍ଲା ମୋତେ କୌଣସି କାରଣରୁ ଜୀବିତ ରଖିଛନ୍ତି। ଗୋଟେ ଦିନ ଆସିବ ଯେତେବେଳେ ଆଗାମୀ ଲିଗ୍ର ନେତାଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ନ୍ୟାୟର କାଠଗଡାକୁ ଟଣାଯିବ। ଆଗାମୀ ଲିଗ୍ର ଅଧ୍ୟକ୍ଷ ଏହି କଥା ସେତେବେଳେ କହିଛନ୍ତି, ଯେତେବେଳେ ସେ ସୋସିଆଲ ମିଡିଆରେ ନିଜ ସଳର ନେତାଙ୍କ ପରିବାରର ସଦସ୍ୟଙ୍କ ସହ କଥା ହେଉଥିଲେ।
ସେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। କହିଥିଲେ ସେ ଏଭଳି ଲୋକ ଯିଏକି କେବେ ସାଧାରଣ ଲୋକଙ୍କୁ କେବେ ପ୍ରକୃତ ଭଲପାଇବ ଦେଇ ନାହାନ୍ତି। ଉଚ୍ଚ ସୁଧହାରରେ ଗରିବଙ୍କୁ ଛୋଟ ମୋଟ ଉଦ୍ଧାର ଦେଇ ତାଙ୍କ ଟଙ୍କାରେ ବିଦେଶରେ ବିଳାସମୟ ଜୀବନ ବିତାନ୍ତି। ସେତେବେଳେ ମୁଁ ତାଙ୍କର ଅସଲ ରୂପ ଜାଣିପାରିଲିନି, ତାଙ୍କର ଅନେକ ସାହାଯ୍ୟ କରିଥିଲି। କିନ୍ତୁ ଲୋକଙ୍କୁ ଏହାର କୌଣସି ଲାଭ ମିଳିନଥିଲା। ସେ କେବଳ ନିଜର ଭଲ କରିଥିଲେ। ଏବେ ତାଙ୍କର କ୍ଷମତାର ଲୋଭ
ଦୁଃଖ ପ୍ରକାଶ କରି ସେ କହିଛନ୍ତି ହାସିନା କହିଛନ୍ତି "'ବାଂଲାଦେଶ, ଯାହାକୁ ବିକାଶର ମଡେଲ ଭାବରେ ଦେଖାଯାଉଥିଲା, ଏବେ ଏକ ଆତଙ୍କବାଦୀ ଦେଶ ପାଲଟିଛି। ଯେପରି ଆମର ନେତା ଏବଂ କର୍ମୀମାନଙ୍କୁ ହତ୍ୟା କରାଯାଉଛି ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଆୱାମୀ ଲିଗ୍ର ଲୋକ, ପୋଲିସ, ଓକିଲ, ସାମ୍ବାଦିକ ଏବଂ କଳାକାର ସମସ୍ତଙ୍କୁ ଟାର୍ଗେଟ କରାଯାଉଛି। ଦେଶର ପ୍ରଥମ ରାଷ୍ଟ୍ରପତି ତଥା ହସିନା ତାଙ୍କ ବାପା ଶେଖ୍ ମୁଜିବୁର ରହମାନ ସମେତ ତାଙ୍କ ସମ୍ପୂର୍ଣ୍ଣ ପରିବାରର ହତ୍ୟାକୁ ମନେ ପକାଇ ଭାବପ୍ରବଣ ହୋଇପଡିଥିଲେ। ସେ କହିଥିଲେ "ମୁଁ ଗୋଟିଏ ଦିନରେ ମୋର ବାପା, ମା, ଭାଇ ଏବଂ ସମଗ୍ର ପରିବାରକୁ ହରାଇଲି। ଏହା ପରେ, ଆମକୁ ଆମ ଦେଶକୁ ଫେରିବାକୁ ଅନୁମତି ଦିଆଗଲା ନାହିଁ। ପ୍ରିୟଜନଙ୍କୁ ହରାଇବାର ଗଭୀର ଯନ୍ତ୍ରଣା ମୁଁ ବୁଝିପାରୁଛି। ଆଲ୍ଲା ମୋତେ ରକ୍ଷା କରନ୍ତି। ହୁଏତ ସେ ମୋ ମାଧ୍ୟମରେ କିଛି ଭଲ କରିବାକୁ ଚାହାଁନ୍ତି। ଯେଉଁମାନେ ଏହି ଭୟଙ୍କର ଅପରାଧ କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଉଚିତ। ଏହା ମୋର ପ୍ରତିଜ୍ଞା।"