ବାରିପଦା, ୧୮।୬ : ଗୋପାଳପୁରରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ବାରିପଦାରେ ଏକ  ଗଣଦୁଷ୍କର୍ମ  ଘଟଣା ସାମ୍ନାକୁ ଆସିଛି  । ମହିଳାଙ୍କୁ ଘରୁ ଟେକିନେଇ ରାତିସାରା ଗଣଦୁଷ୍କର୍ମ  କରାଯାଇଥିବା ଅଭିଯୋଗ ହୋଇଛି  ।  ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବାରିପଦା ସଦର ଥାନା ଅଞ୍ଚଳରୁ। ଏନେଇ ପୀଡିତାଙ୍କ ସ୍ଵାମୀ ୪ଜଣ ଯୁବକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି। 

ଅଭିଯୁକ୍ତମାନେ ମହିଳାଙ୍କୁ ଘରୁ ଟେକି ନେଇ  ରାତିସାରା ଏକ ବନ୍ଦ କୋଠରୀରେ ରଖି ଦୁଷ୍କର୍ମ କରିଥିବା ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ବାରିପଦା ସଦର ଥାନା ପୋଲିସ ଏକ  ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି।