ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୨୦ ହଜାରରେ ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ

Published By : Suraj Kumar | October 14, 2024 4:09 PM

ସାଲେପୁର,୧୪।୧୦ :   ୨୦ ହଜାର ଟଙ୍କାରେ ୨ ବର୍ଷର ଶିଶୁ ପୁତ୍ରକୁ ବିକ୍ରି। ବୋହୂ ବିରୋଧରେ ସା‌ଲେପୁର ଥାନାରେ ଏପରି ଅଭିଯୋଗ କରିଛନ୍ତି ଶ୍ବଶୁର। କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଞ୍ଚଳରେ ଶିଶୁ ପୁତ୍ରକୁ ବିକ୍ରୀ କରିଦେଇ ଥିବା ନେଇ  ବୋହୂ ରୁବିନା ସାମଲଙ୍କ ବିରୋଧରେ ଶଶୁର ରାହାସ ସାମଲ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସାଲେପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମରେ  ରାହାସ ସାମଲ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ବୋହୂ ରୁବିନା ଆଜକୁପ୍ରାୟ ଏକ ବର୍ଷ ହେବ ଦୁଇବର୍ଷର ନାତିକୁ ସାଙ୍ଗରେ ନେଇ ଅନ୍ୟତ୍ର  ରହୁଛନ୍ତି।  ଗତ କିଛି ଦିନ ହେବ ବୋହୂ ମୋ ନାତିକୁ  କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଞ୍ଚଳର  ଜଣକୁ  ୨୦ହଜାର ଟଙ୍କାରେ   ବିକ୍ରି  କରି ଦେଇଥିବା ରାହାସ ଅଭିଯୋଗ କରିଛନ୍ତି।  ପୋଲିସ ଘଟଣାର ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.