ସାଲେପୁର,୧୪।୧୦ :   ୨୦ ହଜାର ଟଙ୍କାରେ ୨ ବର୍ଷର ଶିଶୁ ପୁତ୍ରକୁ ବିକ୍ରି। ବୋହୂ ବିରୋଧରେ ସା‌ଲେପୁର ଥାନାରେ ଏପରି ଅଭିଯୋଗ କରିଛନ୍ତି ଶ୍ବଶୁର। କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଞ୍ଚଳରେ ଶିଶୁ ପୁତ୍ରକୁ ବିକ୍ରୀ କରିଦେଇ ଥିବା ନେଇ  ବୋହୂ ରୁବିନା ସାମଲଙ୍କ ବିରୋଧରେ ଶଶୁର ରାହାସ ସାମଲ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସାଲେପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମରେ  ରାହାସ ସାମଲ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ବୋହୂ ରୁବିନା ଆଜକୁପ୍ରାୟ ଏକ ବର୍ଷ ହେବ ଦୁଇବର୍ଷର ନାତିକୁ ସାଙ୍ଗରେ ନେଇ ଅନ୍ୟତ୍ର  ରହୁଛନ୍ତି।  ଗତ କିଛି ଦିନ ହେବ ବୋହୂ ମୋ ନାତିକୁ  କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଅଞ୍ଚଳର  ଜଣକୁ  ୨୦ହଜାର ଟଙ୍କାରେ   ବିକ୍ରି  କରି ଦେଇଥିବା ରାହାସ ଅଭିଯୋଗ କରିଛନ୍ତି।  ପୋଲିସ ଘଟଣାର ତଦନ୍ତ କରୁଛି।