ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ : ଜଣେ ଅଟକ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କଲେ ପରିବାର ଲୋକେ

Published By : Prameya | May 21, 2025 10:01 PM

ଭୋଗରାଇ,୨୧।୫(ଆ.ପ୍ର): ଘରେ କେହି ନଥିବା ବେଳେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରି ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାକୁ ଜୀବନରୁ ମାରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ହୋଇଛି । ଭୋଗରାଇ ଥାନା ପୁଲିସ୍ ଘଟଣାର ତଦନ୍ତ କରିବା ସହିତ ଜଣଙ୍କୁ ଅଟକ ରଖି  ପଚରାଉଚରା କରୁଛି । ଭୋଗରାଇ ଥାନା ଅଧୀନ ଏକ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି ।

ଅଭିଯୋଗ ଅନୁଯାୟୀ, ଭୋଗରାଇ ଥାନା ଅଧୀନ ଏକ ଗ୍ରାମର  ପରିବାର ଲୋକେ ଆଜକୁ ପ୍ରାୟ ୧୫ ବର୍ଷ ହେବ ଗୁଜରାଟରେ ଦାଦନ ଶ୍ରମିକ ଭାବରେ ରହି ନିଜ ପରିବାର ପ୍ରତିପୋଷଣ କରନ୍ତି । ପରିବାରର ବାପା- ମାଆ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଏକ ମାତ୍ର ପୁଅ ଓ  ବଡ ଝିଅ ବାହାରେ ରହି ପାଠ ପଢନ୍ତି। ସାନ ଝିଅ ସ୍ଥାନୀୟ ଏକ ମହାବିଦ୍ୟାଳୟରେ ଯୁକ୍ତ ୨ ୨ୟ ବର୍ଷରେ ପାଠ ପଢୁଥିଲେ।   ଛାତ୍ରୀ ଜଣକ ଏକ ମେସରେ ରହି ପାଠ ପଢୁଥିଲେ । ରବିବାର ଛୁଟି ଥିବାରୁ ଛାତ୍ରୀ ଜଣକ ଘରକୁ ଯାଇଥିଲେ। ପାଖ ଗାଁରେ ମହୋତ୍ସବ ଥିବାରୁ ୨ ଦିନ ଘରେ ରହିଯାଇଥିଲେ । ମଙ୍ଗଳବାର ଦ୍ବିପହରରେ ଖାଇପିଇ ମେସକୁ ଯାଇଥାନ୍ତେ । ମାତ୍ର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଛାତ୍ରୀ ଜଣକ ନିଜ ଭାଇର ଫୋନ୍ ଉଠାଇ ନ ଥିଲେ। ଛାତ୍ରୀଙ୍କ ଭାଇ ସନ୍ଦେହରେ ନିଜ ସମ୍ପର୍କୀୟମାନଙ୍କୁ ଏ ନେଇ ଜଣାଇଥିଲେ । ସମ୍ପର୍କୀୟମାନେ ପହଞ୍ଚି ଛାତ୍ରୀ ଜଣକ ବେକରେ ଓଢ଼ଣୀ ଗୁଡ଼ାଇ ନିଜ ଘର ବାରଣ୍ଡାରେ ଥିବା ଓରାରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସମ୍ପର୍କୀୟମାନେ ତାଙ୍କୁ  ସ୍ଥାନୀୟ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ।  ସେଠାରେ ଡ଼ାକ୍ତର ଛାତ୍ରୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ । 

ତୁରନ୍ତ ଛାତ୍ରୀଙ୍କ ଭାଇ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ। ସେହି ଗ୍ରାମର ବସନ୍ତ ମାଝୀ ଓ ଅନ୍ୟକିଛି ଯୁବକ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି। ପ୍ରମାଣ ନଷ୍ଟ ପାଇଁ ଏଭଳି ଆତ୍ମହତ୍ୟାର ରୂପ ଦେଇଥିବା ଭୋଗରାଇ ଥାନାରେ ଛାତ୍ରୀଙ୍କ ଭାଇ  ଲିଖିତ ଅଭିଯୋଗ କରିଥିଲେ । ମୃତଦେହକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପୁଲିସ  ପଠାଇଛି।  ଗୁରୁବାର ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଅଭିଯୋଗକୁ ଭିତ୍ତିକରି ଭୋଗରାଇ ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି।  ବସନ୍ତ ମାଝୀଙ୍କୁ ଥାନାରେ ଅଟକ ରଖି ପୋଲିସ  ପଚରାଉଚରା କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.