ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରାସ୍ତାରେ ୨ ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗ, ଉଦ୍ଧାର କରିବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବତୀଙ୍କ ସମ୍ପର୍କୀୟ ଗୁରୁତର

Published By : Suraj Kumar | June 23, 2025 6:05 PM

ଦଶରଥପୁର ୨୩।୬ : ଘରକୁ ଫେରୁଥିବା  ବେଳେ ୨ ଯୁବତୀଙ୍କୁ ରାସ୍ତାରେ ଏକୁଟିଆ ପାଇ ଅସଦାଚାରଣ ଉଦ୍ୟମ। ଖାଲି ସେତିକି ନୁହେଁ  ଯୁବତୀଙ୍କୁ ଉଦ୍ଧାର କରିବାକୁ ଘଟଣା ସ୍ଥଳରେ ପହଂଚିଥିବା  ଯୁବତୀଙ୍କ ୨ ସମ୍ପର୍କୀୟ  ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି।  ଏ ନେଇ  ଦଶରଥପୁର ଥାନାରେ ଯୁବତୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।

ଦଶରଥପୁର ଥାନା ଅଞ୍ଚଳର  ଜଣେ ଯୁବତୀ  ଏବଂ   ତାଙ୍କ ଦିଲ୍ଲୀ ବାସିନ୍ଦା ସାଙ୍ଗ ରବିବାର ଯାଜପୁର ସହରରୁ ପ୍ରୀତିପୁର ଯାଉଥିବା ଏକ ବସରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୯. ୩୦ ସମୟରେ ୨ ଯୁବତୀ ନନ୍ଦିପୁର ବଜାର ନିକଟ ଭଦ୍ରକ ପଡିଆ ବସ ଷ୍ଟପେଜରେ ବସରୁ ଓହ୍ଲାଇ ନିଜ ସମ୍ପର୍କୀୟଙ୍କୁ ଅପେକ୍ଷା କରିଥିଲେ।   ନିକଟସ୍ଥ ପାଟଣାସାହି ଅଞ୍ଚଳର ଅନିଲ ଜେନା ଓ ନୀତେଶ ଜେନା  ଯୁବତୀ ୨ଜଣଙ୍କୁ ଏକୁଟିଆ ଦେଖି ପ୍ରଥମେ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହିଥିଲେ। ଏଥି ସହ   ୨ ଯୁବତୀଙ୍କୁ ଟଣାଓଟରା କରିଥିଲେ।   ଏହି ସମୟରେ  ସେମାନଙ୍କୁ ଘରକୁ ନେବାକୁ  ଆସିଥିବା ୨ ସମ୍ପର୍କୀୟ ଯୁବକ ସେଠାରେ ପହଂଚି ଘଟଣାର ପ୍ରତିବାଦ କରିଥିଲେ। ୨ ଯୁବକ ସେମାନଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ବାଇକକୁ ପିଟି ଭାଙ୍ଗି ଦେଇଥିଲେ। ଆକ୍ରମଣରେ ଜଣେ ସମ୍ପର୍କୀୟ ଯୁବକଙ୍କ ନାକ ଫାଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ କଟକରେ ଚିକିତ୍ସାଧୀନ ଅଛନ୍ତି। ଏହି ସମୟରେ ଯୁବତୀ ୨ ଜଣ ବଡ଼ ପାଟିରେ ସାହାଯ୍ୟ ପାଇଁ ଡାକ ପକାଇବାରୁ ୨ ଯୁବକ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ। ଏ ନେଇ ରବିବାର  ରାତିରେ ଯୁବତୀଙ୍କ ପକ୍ଷରୁ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ  କରିଥିଲେ। ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସୋମବାର ୨ ଯୁବତୀ ଓ ତାଙ୍କ ପରିବାର ଲୋକେ ପୁଣି ଥରେ ଦଶରଥପୁର ଥାନାରେ ପହଂଚି ୨ ଯୁବକଙ୍କ ଉପରେ  ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ଦାବି କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.