ଫିରିଙ୍ଗିଆ, ୨୩।୧୦ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ଅଙ୍ଗନବାଡି ସହାୟିକା ପଦବୀ ଚୟନ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି I ଏଭଳି ଅଭି ଯୋଗ ଆଣିଛନ୍ତି ସହାୟିକା ପଦବୀ ପାଇଁ ଆବେଦନ କରିଥିବା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁ ର ଭାଗ୍ୟଲତା ଦିଗାଳ । ଏହି ଅନିୟମିତତାକୁ ନେଇ ସେ ଜିଲ୍ଲାପାଳଙ୍କୁ ମଧ୍ୟ୍ୟ ଲିଖିତ ଭାବରେ ଜଣାଇଥିବା ମଧ୍ୟ୍ୟ ସେ ସୂଚନା ଦେଇଛନ୍ତି I
ସୂଚନା ମୁତାବକ ଫିରିଙ୍ଗିଆ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ଏହି କ୍ରାଣ୍ଡିବାଲି ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ ଜଣେ ସହାୟିକା ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ପ୍ରକାଶ ପାଇଥିବା ବିଜ୍ଞପ୍ତି ରେ ପ୍ରାର୍ଥୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବୋଲି ଲେଖାଥିବା ବେଳେ ସମସ୍ତ ବର୍ଗର ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଥିଲା I ବିଜ୍ଞପ୍ତି ରେ ଉଲ୍ଲେଖ ଥିବା ନିୟମାବଳୀ ଅନୁସାରେ ସମ୍ପୃକ୍ତ ପ୍ରାର୍ଥୀ ଜଣକ ଆବେଦନ କରିଥିଲେ I ଅନ୍ୟପ୍ରାର୍ଥୀ ମାନଙ୍କ ତୁଳନାରେ ଅଭି ଯୋଗ କରିଥିବା ପ୍ରାର୍ଥୀ ଜଣକ ମଧ୍ୟ୍ୟ ଯୁକ୍ତ ଦୁଇ ପାସ କରିଥିବା ବେଳେ ଅନ୍ୟ ପ୍ରାର୍ଥୀ ମାନଙ୍କ ତୁଳନାରେ ତାଙ୍କର ଅଧିକ ମାର୍କ ମଧ୍ୟ୍ୟ ରହିଛି I କିନ୍ତୁ ଅଭିଯୋଗ କରିଥିବା ପ୍ରାର୍ଥୀ ଜଣଙ୍କୁ ଏହି ସହାୟିକା ପଦବୀ ଦିଆନଯାଇ ଫିରିଙ୍ଗିଆ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟରେ ଚଞ୍ଚକତା କରି ଜଣେ ଆଦିବାସୀ ବର୍ଗର ମହିଳାଙ୍କୁ ନିଯୁକ୍ତି ଦେଇଥିବା ପ୍ରାର୍ଥୀ ଜଣକ ଅଭଯୋଗ କରିଛନ୍ତି I କାର୍ଯ୍ୟାଳୟର ଟାଳଟୁଳ ନୀତି କୁ ପ୍ରାର୍ଥୀ ଜଣକ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହି ଅଙ୍ଗନବାଡି ସହାୟିକା ପଦବୀ ଚୟନ ଉପରେ ପ୍ରଶାସନ ପୁନଃ ବିଚାର କରିବା ନେଇ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ୍ୟ କରିଛନ୍ତି I ଅନ୍ୟପଟେ ଏହି ଚୟନ ପ୍ରକ୍ରିୟାରେ ଯଦି ପୁନଃ ବିଚାର କରାନଗଲେ ସେ ଆଇନ ର ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି I
ସେପଟେ ଘଟଣା ବିଷୟରେ ଦାୟିତ୍ୱରେ ଥିବା ମହିଳା ଓ ଶିଶୁ ବିକାଶ ଅଧିକାରୀ ନିବେଦିତା ପ୍ରଧାନଙ୍କୁ ପଚାରିବାରୁ ଏହି ସହାୟିକା ଚୟନରେ କୌଣସି ଅନିୟମିତତା ହୋଇନାହିଁ I ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଯେମିତି ଚୟନ ହେବା କଥା ସେଭଳି ହୋଇଛି ବୋଲି କହିଛନ୍ତି I