ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଟିକିରି ଷ୍ଟେସନ ପ୍ରତି ରେଳ ବିଭାଗର ଅଣଦେଖା ଅଭିଯୋଗ : ଆନ୍ଦୋଳନ ଚେତାବନୀ

Published By : Prameya | January 3, 2025 10:26 PM

କାଶୀପୁର : କାଶୀପୁର ବ୍ଲକ୍‌ ଟିକିରି ସ୍ଥିତ ରେଳ ଷ୍ଟେସନର ସଫା ସୁତୁରା, ପାନୀୟ ଜଳ, ଶୌଚାଳୟ ଏବଂ ଅନ୍ୟାନ୍ୟ ସୁବିଧାପ୍ରତି ରେଳ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉ ନଥିବାରୁ, ରେଳଯାତ୍ରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ ନିମ୍ନମାନ ହେଉଥିବା ବେଳେ ଷ୍ଟେସନର ୧-ନମ୍ୱର ଏବଂ ୨-ନମ୍ବର ପ୍ଲାଟଫର୍ମକୁ କାର୍ଯ୍ୟକ୍ଷମ କରିବାରେ ବିଳମ୍ବ କରାଯାଉ ଥିବାର ଅଭିଯୋଗ ହୋଇଛି।

ରେଳ ଲାଇନର ପ୍ଲାଟଫର୍ମ ଚଟାଣରେ ଫାଟ ଦେଖା ଦେଇଛି। ନିମ୍ନ ମାନର କଂକ୍ରିଟ କାମ ଯୋଗୁଁ ଚଟାଣରେ ଲମ୍ବା ଫାଟ ଦେଖା ଦେବା ସହ ତଳକୁ ଦବି ଯାଇଛି। ରେଳ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ। ରେଳ ଷ୍ଟେସନର ଟିକେଟ କାଉଣ୍ଟର ନିକଟରେ ଥିବା ପ୍ଲାଟଫର୍ମକୁ କାର୍ଯ୍ୟକ୍ଷମ କରାଯିବାରେ ବିଳମ୍ବ ହେତୁ ବିଦ୍ୟାଙ୍ଗ ଏବଂ ବୃଦ୍ଧଯାତ୍ରୀ ମାନେ ସିଡ଼ି ଚଢି ଅନ୍ୟ ପ୍ଲାଟଫର୍ମକୁ ଯିବା ଆସିବାରେ ହଇରାଣ ହେଉଛନ୍ତି। 

ରେଳ ଷ୍ଟେସନର ନବୀକରଣ ବେଳେ ଟିକେଟ କାଉଣ୍ଟର ସହିତ ଅନ୍ୟ ସବୁକକ୍ଷକୁ ପଛକୁ ଘୁଞ୍ଚା ଯାଇଛି। କିନ୍ତୁ ନୂତନ ରେଳରାସ୍ତାରେ ବିଦ୍ୟୁତକରଣରେ ବିଳମ୍ବ ହେତୁ ଏକ ଏବଂ ଦୁଇ ନମ୍ବର ପ୍ଲାଟଫର୍ମର ରେଳ ରାସ୍ତାରେ ଟ୍ରେନ ଯାତାୟତରେ ସମ୍ଭବ ହେଉନି। କାଶୀପୁର ବ୍ଲକ ଟିକିରି ରେଳଷ୍ଟେସନରୁ କିଛି ଦୂରରେ ଉତ୍କଳ ଆଲୁମିନା ଭଳି ବୃହତ୍ ଶିଳ୍ପ ପ୍ରତିଷ୍ଠା ହୋଇ ଥିବାରୁ, ଏଠାକୁ ବହୁ ସଂଖ୍ୟକ ରେଳଯାତ୍ରୀଙ୍କ ଯିବା ଆସିବା ରହିଛି। କିନ୍ତୁ ଯାତ୍ରୀଙ୍କ ସୁବିଧା ପ୍ରତି ଅଣଦେଖା କରାଯାଉ ଥିବାର ଅଭିଯୋଗ ହେଉଛି।

ପ୍ଲାଟଫର୍ମ ଗୁଡ଼ିକର ନିୟମିତ ସଫେଇ କରାଯାଉ ନ ଥିବା ବେଳେ ପିଇବା ପାଣିର ସମସ୍ୟା ରହିଛି। ଗତ ଦିନରେ ଉତ୍କଳ ଆଲୁମିନା ପକ୍ଷରୁ ଷ୍ଟେସନରେ ସ୍ଥାପିତ ପାଣିକଳ ଦୀର୍ଘ ଦିନ ହେଲା ଅଚଳହୋଇ ପଡି ଥିବାର ଅଭିଯୋଗ ହୋଇଛି। ସେହିପରି ଶୌଚାଳୟରେ ସବୁବେଳେ ତାଲା ପଡ଼ି ରହୁ ଥିବାରୁ ଏହାକୁ ବ୍ୟବହାର କରାଯାଇ ପାରୁ ନ ଥିବାର ଜଣାଯାଇଛି। ସେହିପରି ବିଦ୍ୟୁତ ବିଭ୍ରାଟରୁ ଅଧିକାଂଶ ସମୟରେ ଷ୍ଟେସନ ଅନ୍ଧାରରେ ରହୁ ଥିବାବେଳେ ଗତ କିଛି ଦିନ ତଳେ ଟ୍ରେନ ପହଞ୍ଚିବା ସମୟରେ ଷ୍ଟେସନ ଅନ୍ଧାରୁଆ ରହି ଥିବାରୁ ଯାତ୍ରୀମାନେ ହଇରାଣ ହୋଇ ଥିବାର ଅଭିଯୋଗ ହେଉଛି।ରେଳ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.