ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶାହାରୁଖ-ସଲମାନଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ୍‌, ଏଟଲିଙ୍କ ଫିଲ୍ମ ପାଇଁ ନେବେ ୧୭୫ କୋଟି

Published By : Krishna Priya | March 24, 2025 11:46 AM

ମୁମ୍ବାଇ ୨୪/୦୩: ପୁଷ୍ପା-୨ ଫିଲ୍ମ ବକ୍ସ ଅଫିସର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ଭାରତର ସର୍ବାଧିକ ପ୍ରାପ୍ୟ ପାଉଥିବା ଅଭିନେତା ହୋଇ ଯାଇଛନ୍ତି। ସେ ଦେୟ ମାମଲାରେ ଶାହାରୁଖ ଖାନ, ସଲମାନ ଖାନଙ୍କ ଭଳି ଅଭିନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ଅଲ୍ଲୁ ନିଜର ଆଗାମୀ ଫିଲ୍ମ ପାଇଁ ୧୭୫ କୋଟି ଟଙ୍କାରେ ଚୁକ୍ତି କରିଛନ୍ତି। ଏହି ଦେୟ ବ୍ୟତୀତ ଲାଭର ୧୫ ପ୍ରତିଶତ ନେବାକୁ ମଧ୍ୟ ଅଲ୍ଲୁ ସର୍ତ୍ତ ରଖିଛନ୍ତି। ଯବାନ ଫିଲ୍ମର ନିର୍ଦ୍ଦେଶକ ଏଟ୍‌ଲି  ଏହାର ନିର୍ଦ୍ଦେଶନା ଦେବେ ବୋଲି ଜଣା ପଡିଛି। ଏତେ ବଡ ସ୍ୱାକ୍ଷର କରିବା ପରେ ଅଲ୍ଲୁ ଅର୍ଜୁନ ସବୁଠୁ ବଡ ଅଭିନେତା ପାଲଟି ଯାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ଏହି ଫିଲ୍ମର ନାମ ସ୍ଥିର ହୋଇନାହିଁ। ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଏହାର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ଏହା ଏକ ଭିନ୍ନ ସ୍ୱାଦର ଫିଲ୍ମ ହେବାକୁ ଯାଉଛି। ଏହା ଏଟ୍‌ଲି ଏବଂ ଅଲ୍ଲୁଙ୍କ ପାଇଁ ବଡ ଫିଲ୍ମ ହେବ। ପୁଷ୍ପା ପରେ ସଠିକ ଫିଲ୍ମ ଚୟନ କରିବା ଅଲ୍ଲୁଙ୍କ ପାଇଁ ଜରୁରୀ ହୋଇପଡିଛି। ଏହା ତାଙ୍କ ସ୍ଥାନ ବଜାୟ ରଖିବାରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଅଲ୍ଲୁଙ୍କ ପୁଷ୍ପା-୨ ବକ୍ସ ଅଫିସରେ ୧୮୦୦ କୋଟି ଟଙ୍କା ଆୟ କରିଥିଲା। ସେ ଏହି ଫିଲ୍ମରୁ ୩୦୦ କୋଟି ଟଙ୍କା ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.