ମୁମ୍ୱାଇ : ସାଉଥ୍‌ ସୁପରଷ୍ଟାର ଅଭିନେତା ଅଲ୍ଲୁ ଅର୍ଜୁନ ନିଜର ଫିଲ୍ମ ପୁଷ୍ପା-୨ ଦ ରୁଲ୍‌ ର ରିଲିଜ୍‌ ପର ଠାରୁ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଗୋଟେ ପଟେ ଯେଉଁଠି ଫିଲ୍ମର ବ୍ଲକବଷ୍ଟର ହିଟ୍‌ ହେବା ଓ ଏହାର ଆୟର ସବୁ ରେକର୍ଡ ଭାଙ୍ଗି ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଏହି ଫିଲ୍ମର ସ୍କ୍ରିନିଂ ବେଳେ ହୋଇଥିବା ଏକ ଦୁର୍ଘଟଣା ତାଙ୍କୁ ବିବାଦକୁ ନେଇ ଆସିଛି। ଏହି ଦୁଇ ଘଟଣା କାରଣରୁ ପବ୍ଲିକ୍‌ ମଧ୍ୟ ଦୁଇ ଭାଗରେ ବାଣ୍ଟି ହୋଇ ଯାଇଛନ୍ତି। ଗୋଟେପଟେ ସେହି ଲୋକ ଯିଏ ଅଲ୍ଲୁ ଅର୍ଜୁନଙ୍କ ସପୋର୍ଟରେ ଠିଆ ହୋଇ ଥିବା ବେଳେ ଆଉ ଗୋଟେ ପଟେ ସେହି ଲୋକ ଯିଏ ଅଲ୍ଲୁ ଅର୍ଜୁନଙ୍କ ବିରୋଧ କରୁଛନ୍ତି। 


ସୋସିଆଲ ମିଡ଼ିଆରେ ଅଲ୍ଲୁ ଅର୍ଜୁନଙ୍କର କିଛି ପ୍ରକୃତ ପ୍ରଶଂସକ ଅଛନ୍ତି , ଯିଏ କି ଖୋଲାଖୋଲି ତାଙ୍କ ନାଁରେ ପୋଷ୍ଟ କରୁଥିବା ବେଳେ ଅନ୍ୟପଟେ ଅନେକ ଲୋକ ଅଭିନେତାଙ୍କ ପ୍ରଶଂସକ ହେବାର ଲୋକ ଦେଖାଇବା କାମ କରୁଛନ୍ତି ଏବଂ ଲୋକଙ୍କ ସହ ଭୁଲ୍‌ ବ୍ୟବହାର କରୁଛନ୍ତି। ଏହି ବିଷୟରେ ଅଲ୍ଲୁ ଅର୍ଜୁନ ଏକ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି – ମୁଁ ନିଜର ସବୁ ପ୍ରଶଂସକଙ୍କ ଅନୁରୋଧ କରୁଛି କି ,ନିଜର ଭାବନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟକ୍ତ କରନ୍ତ , ଅନଲାଇନ କି ଅଫ୍‌ ଲାଇ୍‌ କୌଣସି ପ୍ରକାରର ଅପମାନଜନକ ଭାଷା ବା ବ୍ୟବହାରର ସାହାଯ୍ୟ ନିଅନ୍ତୁ ନାହିଁ। 

ଅଲ୍ଲୁ ଅର୍ଜୁନ ତାଙ୍କର ପ୍ରଶଂସକ ହେବାର ଆଳରେ ଆଇନକୁ ହାତକୁ ନନେବା କଥା କହିଛନ୍ତି ଏବଂ ଦୃଢ ଚେତାବନୀ ଦେଇଛନ୍ତି।