ଭୁବନେଶ୍ବର,୮/୪ : ହାଇଟେକ୍‌ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପ୍ରଥମ ଥର ପାଇଁ ଆଲୁମିନିମିଟ୍‌୨୦୨୫ଆୟୋଜିତ କରାଯାଇଛି । ଏଥିରେ ୨୦୦୫ରୁ ପୁରାତନ ଛାତ୍ରଛାତ୍ରୀମାନେ ପୁଣି ଥରେ ଏକତ୍ରିତ ହୋଇ ପାଠପଢା ସମୟର ସ୍ମୃତିକୁ ମନେ ପକାଇ ଖୁସି ବ୍ୟକ୍ତ କରିଛନ୍ତି । ଏଥି ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହାଇଟେକ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃତିରୁପତି ପାଣିଗ୍ରାହୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ ଡ. ରାକେଶ କୁମାର ପାଣିଗ୍ରାହୀ, ଭାଇସ୍‌ ଚାନ୍ସେଲର୍‌ ପ୍ରଫେସର୍‌ ଡ. କୁମରବର ଦାଶ, ଡିନ୍‌ ଏଣ୍ଡ ଡାଇରେକ୍ଟର ପ୍ରଫେସର୍‌ ଡ. ଅକ୍ଷୟ କୁମାର ସାମଲ, ଡିନ୍‌ ଏଣ୍ଡ ଡାଇରେକ୍ଟର ପ୍ରଫେସର୍‌ ଡ. ରାଧାମାଧବ ତ୍ରିପାଠୀ, ପ୍ରିନ୍ସିପାଲ ପ୍ରଫେସର୍‌ ଡ. ପୂର୍ଣ୍ଣଚନ୍ଦ୍ର ଦାଶ, ଭାଇସ୍‌-ପ୍ରିନ୍ସିପାଲ ପ୍ରଫେସର୍‌ ଡ. ଲିସାଷଡଙ୍ଗୀ, ମେଡ଼ିକାଲ ସୁପରିଟେଣ୍ଡେ ଡ. ରବିନ୍ଦ୍ରନାଥ ବେହେରା, ସାଇକାଟ୍ରିକ୍‌ ପ୍ରଫେସର୍‌ ଡ. ଅମ୍ରିତ୍‌ ପଟ୍ଟଯୋଶୀଏବଂ ପୂର୍ବତନ ପ୍ରିନ୍ସିପାଲ ଓ ପ୍ରଫେସର୍‌ ଉପସ୍ଥିତ ଥିଲେ । 

ପୁରାତନ ଛାତ୍ରଛାତ୍ରୀ ଓ ପୂର୍ବତନ ପ୍ରିନ୍ସପାଲ ଓ ପ୍ରଫେସର୍‌ମାନଙ୍କୁ ସ୍ୱାଗତ ଜଣାଯିବା ସହ ସମ୍ମାନିତ କରାଯାଇଛି । ସେହିପରି ଏମ.ବି.ବି.ଏସ୍‌ ଛାତ୍ରଛାତ୍ରୀମାନଙ୍କର ପ୍ଲେକ୍ସସ୍‌-୩.୦ କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା । ଯେଉଁଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତକାର ନକାସ୍‌ ଅଯିଯ୍‌ଙ୍କ ଗୀତ ଦର୍ଶକଙ୍କ ମନ ମୋହିଥିଲା ।